Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାପ କମୁଡ଼ାରେ ମହିଳାଙ୍କ ମୃତ୍ୟୁ

    Share on :
    ajab-Image
    Date: May 17, 2025    Views: 3299

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡ଼ିମିରିଆ ଗାଁ ମଶାଣି ସାହିରେସାପ କମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯମୁନା ହେମ୍ବ୍ରମ । ତାଙ୍କ ବୟସ ୨୫ ବର୍ଷ ହେବ ।
    ଯମୁନା ଶୁକ୍ରବାର ସବୁଦିନ ପରି ରାତିରେ ଖାଇପିଇ ପରିବର ସହ ଶୋଇଥିଲେ । ହେଲେ ସକାଳୁ ଆଉ ଉଠି ନଥିଲେ । ସମୟ ପରେ ସମୟ ଗଡ଼ି ଥିଲା ହେଲେ ଯମୁନା ଆଖି ଖୋଲି ନଥିଲେ । ନ ଉଠିବାରୁ ପରିବାର ଲୋକ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଳମ୍ବିତ ରାତିରେ କୌଣସି ଏକ ବିଷଧର ସାପ ତାଙ୍କୁ କାମୁଡି଼ ଦେଇ ଥିବାରୁ ଯମୁନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

    ଖବର ପାଇ ତେଲକୋଇ ଥାନା ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook