ମୁଖ୍ୟ ଖବର
ଉଦଳା : ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍ ରୁମ୍ ଭିତରେ ଚେୟାରରେ ବସିଥିବା ବେଳେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ମୋଚିରାମ ତୁରନ୍ତ ସାପଟିକୁ ମାରି ଧରିଥିଲେ।
ପରେ ଏହାକୁ ଏକ ପଲିଥିନ୍ ଜରିରେ ଭର୍ତ୍ତି କରି ସାଇକେଲରେ ଟାଙ୍ଗି ଉଦଳା ମେଡିକାଲରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପଟିକୁ ଦେଖାଇବା ପରେ ଏହା ବିଷାକ୍ତ ସାପ ବୋଲି ଜଣାପଡ଼ିଥିଲା।ଡାକ୍ତରମାନେ ତୁରନ୍ତ ମୋଚିରାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦାସ୍ଥିତ PRM ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Comments ସମସ୍ତ ମତାମତ