ମୁଖ୍ୟ ଖବର
ବେଦବ୍ୟାସ : ୬ ଜଣ ସାଙ୍ଗ ହୋଇ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ହେଲେ ଗାଧୋଇବାବେଳେ ବୁଡ଼ି ଯାଇ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ବୟ ହେଲେ ରାଉରକେଲା ସେକ୍ଟର -୨୦ ସ୍ଥିତ ଆଇଏମଏସ ସ୍କୁଲର ଓମ ସୁନା ଓ ଅନୁରାଗ ଦାସ। ଏହି ଘଟଣା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିର୍କେରା ଗ୍ରାମର ଘାଗରି ଜଳପ୍ରପାତରେ ଶୁକ୍ରବାର ଘଟିଛି ।
ସୂଚନା ଅନୁସାରେ, ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଓମ୍, ଅନୁରାଗ, ଅଭିଜିତ ହେବୋ, ଅଭିଷେକ ସାହୁ, ସୁମିତ୍ ସେଟ ଓ ପ୍ରୀତମ୍ ହାଁସଦା ମିଶି ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ଘାଗାରି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ୬ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ପରେ ୪ଜଣ ଫେରିଆସିଥିବାବେଳେ ଓମ୍ ଓ ଅନୁରାଗ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଡାକିବା ସହ ବିରକେରା ସରପଞ୍ଚ ରବି ତିର୍କି, ସମିତି ସଭ୍ୟ ସନ୍ତୋଷ ତିର୍କି ପୁଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ । ପୁଲିସ ଓ ଦମକଳ କର୍ମଚାରୀ ପଚଞ୍ଚି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛନ୍ତି ।
Comments ସମସ୍ତ ମତାମତ