Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାଣିରେ ବୁଡି ଦୁଇ ମୃତ

    Share on :
    ajab-Image
    Date: Aug 31, 2025    Views: 3644

    ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ଦୁଇ ବ୍ୟକ୍ତିଙ୍କର ଜୀବନ ଯାଇଛି। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଲୋକେଇପଶି ଗାଁରେ କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ସୁକାନ୍ତ ଦାସ ବୋଲି ଜଣାପଡିଛି।  ସେହିପରି ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣଙ୍କ ଅଶୋକ ସାହୁଙ୍କ ପୁଅ ରାହୁଲ ସାହୁ ବୋଲି ସୂଚନା ମିଳିଛି। ରାହୁଲ ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀରେ ଗାଧୋଉଥିବାବେଳେ ପୋଖରୀରେ ବୁଡି ଯାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook