Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୈଫଙ୍କ ପୂର୍ବରୁ ଟାର୍ଗେଟରେ ଥିଲେ ଶାହରୁଖ !

    Share on :
    ajab-Image
    Date: Jan 17, 2025    Views: 4803

    ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରେ ଆକ୍ରମଣ ପୂର୍ବରୁ କିଙ୍ଗ ଖାନ୍‌ ଶାହରୁଖଙ୍କୁ ଟାର୍ଗେଟ କରାଯାଇଥିଲା। ମୁମ୍ବଇ ପୁଲିସର ଏକ ବିଶେଷ ସୂତ୍ରରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଆତତାୟୀ ସୈଫଙ୍କୁ ଆକ୍ରମଣ କରିଥିଲେ ତାଙ୍କରି ଭଳି ଜଣେ ଦୁର୍ବୃତ୍ତ ଦିନକ ପୂର୍ବରୁ ଶାହରୁଖଙ୍କ ବାସଭବନ ‘ମନ୍ନତ’ ଉପରେ ନଜର ରଖିଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜାନୁୟାରୀ ୧୪ ତାରିଖରେ ସମାନ ଉଚ୍ଚତାର ଏବଂ ସମାନ ଶାରିରୀକ ଗଠନ ଥିବା ଜଣେ ଆତତାୟୀ ଶାହରୁଖଙ୍କ ଘରକୁ ବାହାରୁ ଯାଞ୍ଚ କରିଥିଲେ। ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି। ମନ୍ନତ ନିକଟରେ ରହିଥିବା ଏକ ଘର ଉପରେ ଲୁହା ଶିଡ଼ି ଜରିଆରେ ଚଢ଼ି ମନ୍ନତ ଆଡକୁ ଚାହିଁ ରହିଥିଲେ। ସମ୍ଭବତଃ ​ସେ ମନ୍ନତରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। ସୈଫଙ୍କ ଘରେ ଯେଉଁ ଦୁର୍ବୃତ୍ତ ପଶିଥିଲା ସେହି ଦୁର୍ବୃତ୍ତ ମନ୍ନତରେ ଅନୁପ୍ରବେଶ ଉଦ୍ୟମ କରିଥିଲା ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ଅନୁମାନ କରୁଛି। କାରଣ ମନ୍ନତ ନିକଟରୁ ମିଳିଥିବା ଲୁହା ଶିଡ଼ିର ଓଜନ ଅଧିକ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ପକ୍ଷେ ତାହାକୁ ସେଠାକୁ ନେବା ସମ୍ଭବ ନୁହେଁ ବୋଲି ପୁଲିସ କହିଛି। ଶାହରୁଖ ଏ ନେଇ ଥାନାରେ କୌଣସି ରିପୋର୍ଟ କରି ନ ଥିଲେ ହେଁ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅନୁସନ୍ଧାନ ଚଳାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook