Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସେନସେକ୍ସ ଏବଂ ନିଫ୍ଟି ହ୍ରାସ

    Share on :
    ajab-Image
    Date: Mar 4, 2026    Views: 2482

    ନୂଆଦିଲ୍ଲୀ : ହୋଲି ପାଇଁ ପୁରା ଦେଶରେ ଉତ୍ସାହ। ହେଲେ ମିଡିଲ ଇଷ୍ଟରେ ଯେଉଁ ଯୁଦ୍ଧ ଲାଗିରହିଛି , ତାକୁ ନେଇ ଏବେ ଭାରତୀୟ ସେୟାର ବଜାରରେ ଭୂକମ୍ପ। ହୋଲିରେ ଷ୍ଟକ୍ ବଜାର ଖୋଲିବା ପରଠାରୁ ଷ୍ଟକ୍ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଷ୍ଟକ୍ ବଜାର ପ୍ରଭାବିତ ହେଉଛି। ଗୋଟିଏ ପଟେ ସାରାଦେଶ ହୋଲି ପର୍ବ ପାଳନ କରୁଛି, ଅନ୍ୟପଟେ ନିବେଶକମାନେ ଏକ ବଡ଼ ଧକ୍କା ଖାଇଛନ୍ତି। ଗୋଟିଏ ଝଟକାରେ ନିବେଶକଙ୍କର ୯ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ପାଇ ୭୮୬୦୦ ଏବଂ ନିଫ୍ଟି ୫୦୦ ପଏଣ୍ଟ ତଳକୁ ଖସିଯାଇଛି।  ନିଫ୍ଟି ଏବେ ୨୪୩୫୦ ପାଖାପାଖି ପହଞ୍ଚିଛି।

    ଏହା ସହିତ, ବ୍ୟାଙ୍କ ନିଫ୍ଟି ମଧ୍ୟ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ଏହି  ହ୍ରାସ ଯୋଗୁଁ ନିବେଶକମାନେ ଭାରୀ କ୍ଷତି ସହିଛନ୍ତି। ଟାଟା ଷ୍ଟିଲ୍ ୫ ପ୍ରତିଶତ ଏବଂ ଆଦାନୀ ପୋର୍ଟ ୪ ପ୍ରତିଶତ ହ୍ରାସ ପାଇଛି।ଏହି ସମୟରେ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଇଣ୍ଡିଗୋର ସେୟାର ୪ ପ୍ରତିଶତ ହ୍ରାସ ପାଇଛି। ସୋମବାର ସୁଦ୍ଧା, ବିଏସ୍‌ଇ ବଜାର ପୁଞ୍ଜି ୪୫୬.୯ ଲକ୍ଷ କୋଟି ଟଙ୍କା ଥିଲା ଯାହା ମଙ୍ଗଳବାର ବଜାର ଖୋଲିବା ପରଠାରୁ ୪୪୭.୯ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏହା ଦ୍ୱାରା ନିବେଶକମାନେ ସିଧାସଳଖ ୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook