ବରଗଡ଼: ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପୁଣି ଜଣକ ଜୀବନ ନେଇଛି । ଗତକାଲି ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ନାରାୟଣ ଦେବତା ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି। ସେ ଅନେକ ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ ଏବଂ ବୁକ୍ରାମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନିଜର ଚିକିତ୍ସା କରାଇଥିଲେ । ସେଠାରେ ସ୍କ୍ରଵ୍ ଟାଇଫସ୍ ବୋଲି ପରୀକ୍ଷା ପରେ ଜଣାପଡି ନ ଥିଲା । ପରେ ଜ୍ଵର ନ ଛାଡ଼ିବାରୁ ତାଙ୍କୁ ପଦ୍ମପୁର ଏବଂ ଖେଦାପାଲି ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ସ୍କାବ୍ ଟାଇଫସ୍ ହୋଇଥିବା ଜାଣିବାକୁ ପାଇଥିଲେ। ଜିଲ୍ଲା ସରକାରୀ ହସ୍ପିଟାଲରେ ବିଶେଷ ସୁବିଧା ନ ଥିବାରୁ ଦୁଇଦିନ ତଳେ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ସେ ରାଜବୋଡ଼ାସମ୍ବର କୃଷକ ସଂଗଠନ ବୁକ୍ରାମୁଣ୍ଡା ପଞ୍ଚାୟତର କୋଷାଧ୍ୟକ୍ଷ ଥିଲେ ।
Comments ସମସ୍ତ ମତାମତ