Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    Share on :
    ajab-Image
    Date: May 17, 2025    Views: 2444

    ଭୁବନେଶ୍ୱର: ବିଜେଡି ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ବିଜେଡି ଶକ୍ତିର କ୍ଷୟ ଘଟିଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ। ବିଜୁ ଜନତା ଦଳ ଯୁବ ବର୍ଗଙ୍କୁ ସୁଯୋଗ ଦେଉ। ହେଲେ ଅଭିଜ୍ଞଙ୍କ ପରାମର୍ଶକୁ ଅଣଦେଖା ନ କରୁ। କିଛି ଦିନ ପୂର୍ବରୁ ଦଳରେ ଜଣେ ବ୍ୟକ୍ତିଙ୍କୁ ନେଇ ବିବାଦ ଉଠିଥିଲା। ଏସବୁ ଉପରେ ସଭାପତି ମଧ୍ୟ ଠିକଣା ନିଷ୍ପତ୍ତି ନେବେ ବୋଲି ଆଶା। ଲୋକଙ୍କ ଆମ ପ୍ରତି ଆସ୍ଥା ଥିଲା। ତେଣୁ ଆମେ ହାରିଲେ ସୁଦ୍ଧା ଅଧିକ ପ୍ରତିଶତ ଭୋଟ ପାଇଛୁ। ସମୀକ୍ଷା ହେବା ଦରକାର ଏତେ ସବୁ ପରେ ବି କାହିଁକି ହାରିଲୁ। ୱାକଫ୍ ପ୍ରସଙ୍ଗରେ ଲୋକଙ୍କ ପାଖକୁ ବିଜୁ ଜନତା ଦଳର ଦୁଇଟି ମତ ଗଲା। ଏହା ଦ୍ବାରା ବିଜେଡିର କ୍ଷତି ମଧ୍ୟ ହେଲା। ୨୫ ବର୍ଷ ଭିତରେ ଆମ ଦଳ ଅନେକ କିଛି କରିଥାଇପାରେ ହେଲେ ତାହା ପର୍ୟ୍ୟାପ୍ତ ନୁହେଁ। ଆମ ପାଖେ ଖଣି ଥାଇ ସୁଦ୍ଧା ଆମ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook