Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶାନ୍ତିପ୍ରିୟ ଓଡିଶାକୁ ଅଶାନ୍ତ କରୁଛି ବିଜେପି :ଶରତ

    Share on :
    ajab-Image
    Date: Jul 18, 2024    Views: 3317

    ଭୁବନେଶ୍ବର: ଶାନ୍ତିପ୍ରିୟ ଓଡିଶାକୁ ଅଶାନ୍ତ କରୁଛି ବିଜେପି । ବିଜେପିର ଏପରି ଆଭିମୁଖ୍ୟ ବିରୋଧରେ ବଡ଼ ଲଢେଇ ଲଢିବ କଂଗ୍ରେସ । ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ଅସ୍ମିତାକୁ ନେଇ ଦଳ ତୃଣମୂଳସ୍ତରରୁ ସଂସଦ ଓ ବିଧାନସଭା ଯାଏଁ ଲଢେଇ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ସଙ୍ଗଠନକୁ ସଜାଡ଼ିବା ସହ ତୃଣମୂଳସ୍ତରରୁ ଦଳକୁ ଚଳଚଞ୍ଚଳ କରିବାକୁ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । 
    କଂଗ୍ରେସ ଭବନକୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କଲା ବିଜେପି । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ମିଥ୍ୟା ଅପପ୍ରଚାର କଲା ଓ ପୋଷ୍ଟରକୁ ଗୋବର ମାଡ଼ କଲା । ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କଲା । ବିଜେପିର ଏପରି ହିଂସାତ୍ମକ ରାଜନୀତି ବିରୋଧରେ ଋଣହୁଙ୍କାର ଦେଇଛି କଂଗ୍ରେସ । ତୃଣମୂଳସ୍ତରେ ବିଜେପି ବିରୋଧରେ ଲଢେଇ କରିବାକୁ ଲମ୍ବା ଏଜେଣ୍ଡା ପ୍ରସ୍ତୁତ କରିଛି କଂଗ୍ରେସ । ଗଠନମୂଳକ ବିରୋଧୀ ଦଳ ଭାବେ କଂଗ୍ରେସ ଏବେ ବିଜେପିର ରାଜନୈତିକ ଆଭିମୁଖ୍ୟକୁ ଜିଲ୍ଲାସ୍ତରରୁ ବିଧାନସଭା ଯାଏଁ ଦୃଢ ଭାବେ କରିବ ବିରୋଧ । କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କୁ ନେଇ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାସହ ଦଳ କାହିଁକି ତୃଣମୂଳସ୍ତରରେ ଦୁର୍ବଳ ହେଲା ଓ କ’ଣ କଲେ ପୁଣି ଅଧିକ ମଜବୁତ ହେବ, ସେନେଇ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook