Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଳଭଦ୍ର ପଡ଼ିବା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ:ଶରତ

    Share on :
    ajab-Image
    Date: Jul 17, 2024    Views: 3097

    ଭୁବନେଶ୍ୱର: ରଥଯାତ୍ରା ସମୟରେ ଯେଉଁସବୁ ଅଭାବନୀୟ ଘଟଣା ଘଟିଗଲା ତାହାକୁ ନେଇ କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ମହାପ୍ରଭୁ ବଳଭଦ୍ର ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ଚାରମାଳ ଉପରେ ମୁହଁମାଡ଼ି ପକାଇଦେବା ଘଟଣା ଅନେକ କୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି। ସରକାର ଏହି ଘଟଣାକୁ ମହାପ୍ରଭୁଙ୍କ ଲୀଳା ବୋଲି କହି ଦୋଷ ଲୁଚାଇବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାହା ଦୁର୍ଭାଗ୍ୟଜନକ। ତେଣୁ ଏହି ଘଟଣା ପାଇଁ ଦାୟୀ କିଏ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଉକ୍ତ ଘଟଣାରେ ସରକାର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତକରି ସତ ସାମ୍ନାକୁ ଆଣନ୍ତୁ ଓ ସମ୍ପୃକ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଶରତ କହିଛନ୍ତି। କଂଗ୍ରେସ ଭବନଠାରେ ଦଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରନତ୍ଭଣ୍ଡାରର ଗଣତି, ମଣତି ଓ ମରାମତି ପ୍ରସଙ୍ଗରେ କଂଗ୍ରେସ ସର୍ବପ୍ରଥମେ ଦାବିକରି ଆସୁଥିଲା। ଏଥିପାଇଁ ତୁଳସୀ ଯାତ୍ରା ଏବଂ ସତ୍ୟାଗ୍ରହ କରି ଅନେକ କାର୍ୟ୍ୟକ୍ରମ କରିଥିଲା। ରାଜ୍ୟ ସରକାର ଚାରିଦ୍ୱାର ଖୋଲିଛନ୍ତି ସତ, ମନ୍ଦିର ଭିତରେ ଭିଡ଼ ପରିଚାଳନା କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେବେ ସୁଦ୍ଧା ଗଣତି ମଣତି କାମ ସାରିବେ ତାହା ସ୍ପଷ୍ଟ କରନ୍ତୁ। ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ କାର୍ୟ୍ୟରତ ଏଏସ୍‌ଓଙ୍କୁ ଯେଭଳି ସଂଘବଦ୍ଧ ଆକ୍ରମଣକରି ଲହୁଲୁହାଣ କଲେ ତାହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି। ରକ୍ଷକ ଯେତେବେଳେ ଭକ୍ଷକ ହୁଏ ସେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ। ଅଣଓଡ଼ିଆ ଲୋକ ଓଡ଼ିଆ ଲୋକଙ୍କୁ ବାଡ଼େଇଥିବାରୁ ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ନୀରବଦ୍ରଷ୍ଟା ରହିବା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook