Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅଣ ଓଡ଼ିଆ ଲୋକ ଓଡ଼ିଆ ଲୋକଙ୍କୁ ବାଡ଼େଇବା କି ପ୍ରକାର ଓଡ଼ିଆ ଅସ୍ମିତା ?

    Share on :
    ajab-Image
    Date: Jul 17, 2024    Views: 3126

    ଭୁବନେଶ୍ୱର: ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସ‌ହଯୋଗୀମାନେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍‌ଓଙ୍କୁ ‌ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି। 
    ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଜଣେ କାର୍ୟ୍ୟରତ ଓଡ଼ିଆ ଏଏସ୍‌ଓଙ୍କୁ ଯେଉଁଭଳି ଭାବେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କଲେ ତାହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି ? ଆଇନ ସମସ୍ତଙ୍କ ପାଇଁ ସମାନ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ହେଲେ ଜଣେ ଅଣ ଓଡ଼ିଆ ଲୋକ ଓଡ଼ିଆ ଲୋକଙ୍କୁ ବାଡ଼େଇବା କି ପ୍ରକାର ଓଡ଼ିଆ ଅସ୍ମିତା ? ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ବଦଳରେ ଏଏସ୍‌ଓଙ୍କୁ କାହିଁକି ବଦଳି କରାଗଲା ? ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରାଯାଉ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook