Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏ ବୁଢା ଏବେ ଅଟକିବ ନାହିଁ: ଶରଦ ପାଓ୍ବାର

    Share on :
    ajab-Image
    Date: Oct 15, 2024    Views: 3104

    ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ଏହା ମଧ୍ୟରେ ଏନସିପି – ଏସପି ନେତା ଶରଦ ପାଓ୍ବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି କିଛି ଯୁବକ ହାତରେ ବୋର୍ଡ ନେଇ ଛିଡ଼ା ହୋଇଥିଲେ । ସେଥିରେ ମୋ ଫଟୋ ଥିଲା। ଯେଉଁଥିରେ ଲେଖାଥିଲା କି ୮୪ ବର୍ଷ ପୁରୁଣା । ଆପଣ ଚିନ୍ତା କରନ୍ତୁ ନାହିଁ । ଆମକୁ ବହୁ ଦୂର ପର୍ୟ୍ୟନ୍ତ ଯିବା ଆବଶ୍ୟକ । ଏହି ବୁଢା ଲୋକ ଅଟକିବ ନାହିଁ । ୮୪ବର୍ଷର ହୁଏ କିମ୍ବା ୯୦ବର୍ଷର । ଏହି ବୁଢା ବ୍ୟକ୍ତି ସେତବେଳ ପର୍ୟ୍ୟନ୍ତ ଅଟକିବ ନାହିଁ ଯେତେଦିନ ପର୍ୟ୍ୟନ୍ତ ମହାରାଷ୍ଟ୍ରକୁ ଠିକ୍ ରାସ୍ତାରେ ନେଇ ଯିବି ନାହିଁ ।
    ପ୍ରକାଶ ଯେ, ଶରଦ ପାଓ୍ବାର ନିର୍ବାଚନ ପୂର୍ବରୁ ଏକ କାର୍ୟ୍ୟକ୍ରମରେ ସମ୍ବୋଦ୍ଧିତ କରୁଥିଲେ । ଏହି ସମୟରେ ସେ ମଞ୍ଚରେ ସମ୍ବୋଧିତ କରି ଏକ ବାକ୍ୟରେ କହିଥିଲେ କି କିଛି ଯୁବକ ହାତରେ ବୋର୍ଡ ଧରି ଛିଡ଼ା ହୋଇଥିଲେ । ଯୁବକଙ୍କ ଇଶାରା ଏହା ଥିଲା କି ଏବେ ଶରଦ ପାଓ୍ବାର ବୁଢା ହୋଇ ସାରିଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡ଼ିବାକୁ ପଡ଼ିବ । ଏହାକୁ ନେଇ ଶରଦ ପାଓ୍ବରାଙ୍କ ଏହି ବୟାନ ଆସିଛି । 

    ନିର୍ବାଚନ ଆୟୋଗ ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ କାର୍ୟ୍ୟକ୍ରମର ଘୋଷଣା କରିବେ। ନିର୍ବାଚନ ଆୟୋଗ ସିଡ୍ୟୁଲର ଘୋଷଣା କରିବା ଲାଗି ଅପରାହ୍ନ ୩ଟା ୩୦ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ୨୬ନଭେମ୍ବରରେ ସମାପ୍ତ ହେବ । ଯାହାକି ଝାଡ଼ଖଣ୍ଡର କାର୍ୟ୍ୟକାଳ ଆଗାମୀ ବର୍ଷ ୫ଜାନୁଆରୀରେ ଶେଷ ହେବାକୁ ଯାଉଛି ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook