Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ

    Share on :
    ajab-Image
    Date: Feb 18, 2026    Views: 2521

    ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ କରାଯିବା ନେଇ ସେ ଆଶ୍ଚର୍ୟ୍ୟ ପ୍ରକଟ କରିବା ସହ ଆଗକୁ ବିଜେଡିକୁ ଫେରିବାର କୌଣସି ଆଶା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
    ସନାତନ କହିଛନ୍ତି ଯେ, ସେ ଦଳ ବିରୋଧରେ କୌଣସି କାର୍ୟ୍ୟ କରିନାହାନ୍ତି। “ମୁଁ ନବୀନ ପଟ୍ଟନାୟକ କିମ୍ବା ଭିକେ ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ। କିନ୍ତୁ କାହିଁକି ସେମାନେ ମୋ ଉପରେ ରାଗିଲେ, ତାହା ମୁଁ ଜାଣିନାହିଁ,” ବୋଲି ସେ ପ୍ରକାଶ କରିଛନ୍ତି। କେବଳ କେନ୍ଦୁଝର ଜିଲାର ବିକାଶ କଥା ଉଠାଇବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
    ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର ‘ସାନ ଭାଇ’ ବୋଲି ସମ୍ବୋଧନ କରି ସନାତନ କହିଛନ୍ତି ଯେ, ଜିଲାର ବିକାଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଜିଲାର ସ୍ୱାର୍ଥ ରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା କିମ୍ବା କଥା ହେବାରେ କୌଣସି ଭୁଲ୍ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ବିଜେଡିରୁ ବାହାରିବା ପରେ ସେ ଦୁଃଖୀ କିମ୍ବା ସୁଖୀ ନାହାନ୍ତି ବୋଲି କହିଛନ୍ତି। ନିଲମ୍ବନ ନିଷ୍ପତ୍ତି ନ୍ୟାୟ କି ଅନ୍ୟାୟ ତାହା ଉପରେ ଚର୍ଚ୍ଚା ନକରି ସେ ଲୋକଙ୍କ ପାଇଁ କାମ କରିବା ଜାରି ରଖିବେ ବୋଲି ସଙ୍କେତ ଦେଇଛନ୍ତି। ବିଜେଡିକୁ ଫେରିବା ନେଇ ସେ ସମସ୍ତ ଦ୍ୱାର ବନ୍ଦ ଥିବା କହିବା ସହ ନିଜର ସ୍ୱାଧୀନ ପନ୍ଥା ଆପଣାଇବାର ସୂଚନା ଦେଇଛନ୍ତି।
    ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୫ ତାରିଖରେ ‘ଦଳ ବିରୋଧୀ’ କାର୍ୟ୍ୟ ଅଭିଯୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook