Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ପକାଇବା ଛେଫ ଢେ଼ାକୁଛି: ସମୀର ଦାସ

    Share on :
    ajab-Image
    Date: Jan 20, 2025    Views: 3288

    ଭୁବନେଶ୍ୱର: ବିଜେଡି ପକାଇବା ଛେଫ ଢେ଼ାକୁଛି । ସୋମବାର ଏଭଳି କହିଛନ୍ତି ବିଜେଡି ଛାଡ଼ି ବିଜେପିରେ ମିଲିଥିବା ସମୀର ରଞ୍ଜନ ଦାସ । ସୁଧାଂଶୁ ପରିଡ଼ାଙ୍କ ଉପରୁ ବିଜେଡିର ବହିଷ୍କାର ପ୍ରତ୍ୟାହର ପ୍ରସଙ୍ଗରେ ଶ୍ରୀ ଦାସ ଏଭଳି କହିଛନ୍ତି । 
    ଏହାଛଡ଼ା ସେ କହିଛନ୍ତି ଯେ ସୁଧାଂଶୁଙ୍କ ବହିଷ୍କାର ପ୍ରତ୍ୟାହାର କରିବା ବାଧ୍ୟ ବାଧକତା । ପ୍ରବଳ ଅହଂକାର ପାଇଁ ବିଜେଡିର ବିପର୍ଯ୍ୟୟ ହେଲା । ଏବେ ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ବିଜେଡିକୁ ସମସ୍ତେ ଫେରୁଛନ୍ତି । କିନ୍ତୁ ଏହା ଫଳପ୍ରଦା ହେବନି, ଲୋକେ ଆଉ ବିଜେଡିକୁ ଗ୍ରହଣ କରିବେନି ବୋଲି ସମୀର ଦାସ କହିଛନ୍ତି । 

    ବାଲେଶ୍ୱର ଜିଲ୍ଲା  ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ାଙ୍କ  ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି  ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ୨୦୨୩ ସେପ୍ଟେମ୍ୱର ୨୧ରେ ତତ୍କାଳୀନ  ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ଶ୍ରୀ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ ।  ସେତେବେଳେ ଶ୍ରୀ ପରିଡ଼ାଙ୍କ ନାମରେ  ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ  ବିଜେଡି ସୁଧାଂଶୁଙ୍କୁ ଦଳରୁ ବହିଷ୍କାର  କରିବା ସହ ୨୦୨୪ ସାଧାରଣ  ନିର୍ବାଚନରେ ବିଦ୍ୟାସ୍ମିତା ମହାଳିକଙ୍କୁ  ଟିକଟ ଦେଇଥିଲା । ସୁଧାଂଶୁ ସ୍ୱାଧୀନ  ଭାବେ ନିର୍ବାଚନ ଲଢ଼ି ମାତ୍ର ୬୮୩  ଖଣ୍ଡ ଭୋଟ ପାଇଥିଲେ । ସେହିପରି  ରେମୁଣାରୁ ବିଜେଡିର ପୂର୍ବତନ ବିଧାୟକ ସୁଦର୍ଶନ  ଜେନା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇ  ନିର୍ବାଚନ ଲଢ଼ିଥିଲେ । ସୁଦର୍ଶନ ୧୨ ହଜାରରୁ  ଅଧିକ ଭୋଟ ପାଇଥିଲେ । ତେବେ ସୁଧାଂଶୁଙ୍କ ସହ  ବାଲେଶ୍ୱରର ପୂର୍ବତନ ସାଂସଦଙ୍କ ସମେତ  ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀର  ମତଭେଦ ଥିଲା ଯାହା ଗତ ନିର୍ବାଚନରେ  ପ୍ରତିଫଳିତ ହୋଇଥିଲା । ଉଭୟ ରେମୁଣା ନିର୍ବାଚନମଣ୍ଡଳୀ ଓ ବାଲେଶ୍ୱର ସଂସଦୀୟ  କ୍ଷେତ୍ରରେ ବିଜେଡି ହାରିଥିଲା । ମାତ୍ର  ବିଳମ୍ବରେ ହେଉ ପଛେ ବିଜେଡି ତା’ର  ବଳ ଗୋଟାଇବାକୁ ଆରମ୍ଭ କରିଛି ।  ତେଣୁ ଦଳରୁ ବହିଷ୍କାର ହୋଇଥିବା ନେତା ଓ  କୋଣଠେସା ନେତାମାନଙ୍କୁ ପୁଣି ଦଳର ମୁଖ୍ୟସ୍ରୋତକୁ  ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା  ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook