ମୁଖ୍ୟ ଖବର
ମୁମ୍ବାଇ: କ୍ରିକେଟ ଦୁନିଆ ପରେ ରାଜନୀତିରେ ଏଣ୍ଟ୍ରି କରିବେ କି ହିଟ୍ ମ୍ୟାନ ? ଟେଷ୍ଟ କ୍ରିକେଟରୁ ଅବସରର କିଛି ଦିନ ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି ।ନିକଟରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ରୋହିତ ଶର୍ମୀ । ଅବସର ନେବାର କିଛି ଦିନ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ରୋହିତ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଏକ୍ସରେ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମୋର ସରକାରୀ ବାସଭବନ ଭର୍ଷାରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସ୍ବାଗତ ଓ ସାକ୍ଷାତ କରି କଥାବାର୍ତ୍ତା ହେବା ମୋତେ ବହୁତ ଭଲ ଲାଗିଲା । ଟେଷ୍ଟ କ୍ରିକେଟରୁ ଅବସର ଓ ତାଙ୍କର ପରବର୍ତ୍ତୀ ଅଧ୍ୟାୟ ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।ଟେଷ୍ଟ କ୍ରିକେଟରୁ ଅବସର ପରେ ରୋହିତ ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଯାହାର କିଛି ଫଟୋ ଏକ୍ସରେ ସେୟାର କରି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଏହାପରେ ସେ ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକିନା ଗତ ୧୧ ମାସ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଦୁଇ ଦୁଇ ଥର ଭେଟିସାରିଛନ୍ତି । ଏହି କାରଣରୁ ସେ ରାଜନୀତିରେ ପାଦ ରଖିପାରନ୍ତି ବୋଲି ଫ୍ୟାନ୍ସ ମାନେ ଅନୁମାନ କରୁଛନ୍ତି ।
Comments ସମସ୍ତ ମତାମତ