Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମ୍ୟାଚ ଜିତିବା ପରେ କାନ୍ଦିଲେ ରୋହିତ ଶର୍ମା

    Share on :
    ajab-Image
    Date: Jun 28, 2024    Views: 3897

    ‌ପ୍ରୋଭିଡେନ୍ସ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶନିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍‌ ଖେଳିବ ରୋହିତ ସେନା।ଟିମ୍‌ ଫାଇନାଲ୍‌କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ପ୍ରଥମେ ମ୍ୟାଚ୍‌ ଜିତିବା ପରେ ପଡ଼ିଆରେ ଖୁସିରେ ଡେଇଁବାକୁ ଲାଗିଥିଲେ। ପରେ ରୋହିତଙ୍କୁ ଡ୍ରେସିଂ ରୁମ୍‌ରେ ଭାବପ୍ରବଣ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ସେ ଭାବପ୍ରବଣ ‌ହୋଇଥିବା ବେଳେ ବିରାଟ ଯାଇ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।
    ରୋହିତ ଶର୍ମା ଡ୍ରେସିଂ ରୁମ୍‌ ବାହାରେ ଆଖିରେ ହାତ ଦେଇ ବସିଥିବା ବେଳେ ବିରାଟଙ୍କ ପରି ସୂର୍ୟ୍ୟୋକୁମାର ଯାଦବ ବି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।

    ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। ୧୬.୧ ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।
    ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଇଂଲଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ। ଦଳୀୟ ସ୍କୋର୍ ମାତ୍ର ୧୯ ହୋଇଥିବା ବେଳେ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଦଳ। ଋଷବ ପନ୍ତ ମଧ୍ୟ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ।ଏହାପରେ ଦମ୍ ଦେଖାଇଥିଲେ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ରୋହିତ ଶର୍ମା ୩୯ ବଲରେ ୫୭ ରନର ଭାଗିଦାରୀ ଯୋଡ଼ିଥିଲେ। ସେହିପରି ସୂର୍ୟ୍ୟକୁମାର ଓ ହାର୍ଦ୍ଦିକ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ୟ୍ୟକୁମାର ୪୭(୩୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୩ ବଲରେ ୨୩ ରନ୍ ସଂଗ୍ରହ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଅପରାଜିତ ରହି ୧୭(୯) ରନ୍ କରିଥିବା ବେଳେ ଅକ୍ସର ପଟେଲ ୧୦(୬), ଅର୍ଷଦୀପ ସିଂହ ଗୋଟିଏ ରନ୍ ଏବଂ ଶିବମ ଦୁବେ ଖାତା ଖୋଲି ପାରିନଥିଲେ। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା।୧୭୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଡିଫେଣ୍ଡିଂ ଚାମ୍ପିଅନ ଟିମ୍ ଭାରତୀୟ ବୋଲଙ୍କ ଆଗରେ ଘାଇଲା ହୋଇ ଯାଇଥିଲେ। କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ଯାଦୁଗରୀ ସ୍ପିନରେ ଭୁଶୁଡି ପଡ଼ିଥିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର। ଉଭୟ ୩ଟି ଲେଖାଏ ୱିକେଟ ନେଇ ଥିବାବେଳେ ବୁମରା ନେଇଥିଲେ ୨ଟି ୱିକେଟ। ଫଳରେ ମାତ୍ର ୧୬ ଓଭର୍ ଖେଳିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ ବାହିନୀ।

    Maximum 500 characters

    ଖେଳ ଖବର View all

    Find Us on Facebook