ମୁଖ୍ୟ ଖବର
ଗୌହୀଟୀ : ରାଜସ୍ଥାନ ରୟାଲ୍ସ ଅଧିନାୟକ ରିଆନ ପରାଗଙ୍କୁ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ଲାଗି ପରାଗ ଦଣ୍ଡିତ ହୋଇଛନ୍ତି । ଏହି ମ୍ୟାଚରେ ଆରଆର ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିପାରି ନଥିଲା । ପୂର୍ବରୁ ସମାନ କାରଣ ଲାଗି ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ବର୍ଷାପଡ଼ା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରଆର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୨ ରନ କରିଥିଲା । ଜବାବରେ ସିଏସକେ ୬ ୱିକେଟ ବିନିମୟରେ ୧୭୬ ରନ କରିବାକୁ ସମର୍ଥ ହୋଇଥିଲେ । ଆରଆର ଏହି ମ୍ୟାଚକୁ ୬ ରନରେ ଜିତିବା ସହ ଆଇପିଏଲ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଛି । ଆସନ୍ତା ୫ ତାରିଖରେ ମୁଲାନପୁରରେ ଆରଆର ତାର ପରବର୍ତ୍ତୀ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଭେଟିବେ ।
Comments ସମସ୍ତ ମତାମତ