Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇତିହାସ ରଚିଲେ ରିଷଭ ପନ୍ତ

    Share on :
    ajab-Image
    Date: Jun 24, 2025    Views: 5885

    ଲିଡ୍ସ, : ଭାରତର ଷ୍ଟାର ଉଇକେଟକିପର ବ୍ୟାଟର ରିଷଭ ପନ୍ତ ଜବରଦସ୍ତ ଫର୍ମ ବଜାୟ ରଖି ସୋମବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏଥିସହିତ ପନ୍ତ ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟର ଭାବେ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୧୩୪ ରନର ଦର୍ଶନୀୟ ଇନିଂସ ଖେଳିଥିଲେ। ଏତଦ୍‌ ବ୍ୟତୀତ ପନ୍ତ ଇଂଲଣ୍ଡରେ ଲଗାତର ୫ ଥର ଅର୍ଦ୍ଧଶକତୀୟ ପାଳି ଖେଳିଥିବା ଏଲିଟି ଭ୍ରମଣକାରୀ ବ୍ୟାଟରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ସମ୍ମାନଜନକ ତାଲିକାରେ ଡନ ବ୍ରାଡ୍‌ମ୍ୟାନ, ହାନ୍ସି କ୍ରୋନି, ଶିବନାରାୟଣ ଚନ୍ଦ୍ରପାଲ, କୁମାର ସାଙ୍ଗକାରା ଓ ଡାର୍ଲି ମିଚେଲଙ୍କ ଭଳି ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଲଗାତର ୭ଟି ଇନିଂସରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର ସହ ଏହି ତାଲିକା ଶୀର୍ଷରେ ରହିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପନ୍ତଙ୍କ ପୂର୍ବରୁ କେବଳ ଜିମ୍ବାଓ୍ବେର ଆଣ୍ଡି ଫ୍ଲାଓ୍ବାର ଏକମାତ୍ର ଉଇକେଟକିପର-ବ୍ୟାଟର ଭାବେ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ କରିଥିଲେ। ଆଣ୍ଡି ୨୦୦୧ରେ ହରାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଯଥାକ୍ରମେ ୧୪୨ ଓ ୧୯୯ଞ୍ଚ ରନ କରିଥିଲେ। ପନ୍ତଙ୍କ ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ବିଜୟ ହଜାରେ, ସୁନୀଲ ଗାଭାସ୍କର (୩ ଥର), ରାହୁଲ ଡ୍ରାଭିଡ୍‌ (୨ ଥର), ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ କରିଥିଲେ।

     

    Maximum 500 characters

    ଖେଳ ଖବର View all

    Find Us on Facebook