Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଥା ଦେଇଥିଲୁ, ରଖିଲୁ: ଯୋଗାଣ ମନ୍ତ୍ରୀ

    Share on :
    ajab-Image
    Date: Nov 20, 2024    Views: 2846

    ଭୁବନେଶ୍ୱର: ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଖରିଫ ଧାନ କିଣା । ତେବେ ଖରିଫ ଧାନ କିଣାର ଶୁଭାରମ୍ଭ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ କଥା ଦେଇଥିଲୁ । ଆମ ସରକାର କଥା ରଖିଳେ । ଧାନ କିଣାକୁ ଦୃଷ୍ଟିରେ ରଖି ସୀମା ସିଲ ହୋଇଛି । ମଣ୍ଡିରେ ସିସିଟିଭି ଲାଗିଛି । ପାଟ୍ରୋଲିଂ ହେଉଛି ।  ଆଜି ବରଗଡ଼ରୁ ୩ଟି ମଣ୍ଡିରୁ ଏବଂ ଆସନ୍ତାକାଲି ଠାରୁ ଅନ୍ୟ ସ୍ଥାନରୁ ଧାନକିଣା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । 

    ରାଜ୍ୟରେ ଆଜିଠୁ ଖୋଲିଲା ଧାନମଣ୍ଡି । ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
    ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାବେଳେ ଧାନ କିଣାରୁ ବିକ୍ରି ପର୍ୟ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ। ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରାଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ। ତା'ସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ।

    Maximum 500 characters

    ତାଜା ଖବର View all

    Find Us on Facebook