Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏ କ’ଣ ପିଲା ଖେଳ ଚାଲିଛି....

    Share on :
    ajab-Image
    Date: Jul 17, 2024    Views: 3531

    ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି  ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା। ଯେଉଁ ଡୁପ୍ଲିକେଟ୍ ଚାବି ମିଳିଲା, ସେଥିରେ ତାଲା ଖୋଲିଲାନି। ଏ କ’ଣ ପିଲା ଖେଳ ଚାଲିଛି। ସାଢ଼େ ୪ କୋଟି ଓଡ଼ିଆ ଛି ଛି କରୁଛନ୍ତି। କେତେ ଦୁଃଖଦାୟକ ଏ ଘଟଣା। ଏଇଟା ଅସୁନ୍ଦର କଥା। ଏହା ଆଦୌ ଠିକ୍ ନୁହେଁ। ୟା ପଛରେ ଅଲଗା ରହସ୍ୟ ରହିଛି। ଦେଖନ୍ତୁ, ଆଗକୁ କେତେ ରହସ୍ୟ ଉନ୍ମୋଚିତ ହେବ। ରତ୍ନଭଣ୍ଡାରରେ କ’ଣ ଅଛି କି ନଅଛି ଆଗ ଦେଖନ୍ତୁ। ରତ୍ନଭଣ୍ଡାର ଖୋଲି ଯାଞ୍ଚ କଲା ପରେ ସବୁ ଜଣାପଡ଼ିବ। ବହୁ ଆଗରୁ ମୁଁ ରତ୍ନଭଣ୍ଡାର ଖୋଲିବା ନେଇ କହି ଆସିଥିଲି। କିନ୍ତୁ କେହି ଶୁଣିଲେନି। ପୂର୍ବ ସରକାର ଭାବିଥିଲେ ସେମାନେ ପୁଣି ସରକାର ଗଢ଼ିବେ ଓ ଯେମିତି ଡ୍ରାମା ଚାଲିଛି ତାହା ସେମିତି ଜାରି ରହିବ।
    ଯେଉଁ ଚାବି ନେଇ ରତ୍ନଭଣ୍ଡାରର ତାଲା ଖୋଲିବାକୁ ଚେଷ୍ଟା କରାଯାଇଥିଲା, ତାହା ସେହି ତାଲାର ନୁହେଁ। ଚାବିକୁ ଫିଙ୍ଗି ଦିଆଯାଇଛି। ପୂର୍ବରୁ ଜିଲ୍ଲାପାଳ ଥିବା ଅରବିନ୍ଦ ଅଗ୍ରୱାଲ ଏହି କାମ କରିଛନ୍ତି। ସେ ଯେତେବେଳେ ଜିଲ୍ଲାପାଳ ଥିଲେ ସେତେବେଳେ ଚାବି ମିଳି ନଥିଲା। ଚାବି ହଜିଗଲା ବୋଲି ସେ କହିଥିଲେ। ପୁଣି କହିଲେ ଚାବି ଖାମ୍‌ରେ ପଳେଇ ଆସିଲା। କେତେବେଳେ କହିଲେ ଟ୍ରେଜେରୀରେ ଚାବି ଥିଲା। ଏମିତି ସବୁ କରି କଥାଟାକୁ ଗୋଳମାଳିଆ କରି ଦେଲେ। ସେଥିରେ ଆଉ କିଛି ବ୍ୟକ୍ତି ଓ ଅଫିସର ମଧ୍ୟ ସଂପୃକ୍ତ ଥିଲେ। ଯେହେତୁ ରତ୍ନଭଣ୍ଡାର ଭିତରେ କିଛି ଅସୁନ୍ଦର ଜିନିଷ ହୋଇଛି, ତେଣୁ ଚାବି ଫିଙ୍ଗି ଦିଆଯାଇଥିଲା। ତା’ ଭିତରେ କିଛି ନି କିଛି ଅଘଟଣ ନିଶ୍ଚୟ ଘଟିଛି। ଏହାର ତଦନ୍ତ ହେଉ। ତଦନ୍ତ ହେଲେ ସବୁ ଜଣାପଡ଼ିଯିବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। 

    ରତ୍ନଭଣ୍ଡାର ଭିତରେ ଆହୁରି ଗୃହ ଥିବା କହିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମାରୀର ଚାବି ଅଛି ନା ନାହିଁ ଦେଖନ୍ତୁ। କ’ଣ ଜିନିଷ ଅଛି ବା ନଅଛି ତାହା ଦେଖାଯାଉ। ଗଣତି ମଣତି କରାଯାଉ। ଆହୁରି ବହୁତ ଘଟଣା ଘଟିବ। ତା’ ଭିତରେ ଆହୁରି ଗୃହ ଅଛି। ଯେତେବେଳେ ରଘୁନାଥ ବେଶ ହୋଇଥିଲା, ମହାପ୍ରଭୁ ଜଗନ୍ନାଥ ଶହ ଶହ ମହଣ ସୁନା ପିନ୍ଧିଥିଲେ। ତାହା ନିଶ୍ଚୟ ଥିବ। ସେଗୁଡ଼ିକ କ’ଣ ବାହାରେ ଥିବ? ସେଗୁଡ଼ିକୁ ନିଶ୍ଚିତ ଅନ୍ୟ କୌଣସି ଗୃହରେ ଚାବି ପକାଯାଇ ରଖାଯାଇଥିବ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook