ମୁଖ୍ୟ ଖବର
ଭୁବନେଶ୍ବର: ଚଳିତ ମାସରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ୟ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ କରିବେ ସରକାର । ଯେତିକି ଗହମ ମହଜୁଦ ଅଛି ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବହୁତ ଦିନ ଧରି ଗହମ ମହଜୁଦ ଥିବାରୁ ନଷ୍ଟ ନକରି ବଣ୍ଟନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦ୍ବିତୀୟ ପର୍ୟ୍ୟାୟରେ ଗହମ ଯୋଗାଣ ସ୍ଥଗିତ ରହିଛି । ପରବର୍ତ୍ତୀ ଅବସ୍ଥାରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments ସମସ୍ତ ମତାମତ