Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରଥଯାତ୍ରା ଟ୍ରାଜେଡି , ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ

    Share on :
    ajab-Image
    Date: Jul 10, 2025    Views: 2771

    ଭୁବନେଶ୍ୱର :ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାର ତଦନ୍ତ ଚାଲିଛି । ଭୁବନେଶ୍ୱରରେ ସରିଛି ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ । ଭୁବନେଶ୍ୱରରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଆଜି ଅପରାହ୍ଣ ୩ଟାରୁ ପୁରୀରେ ସାକ୍ଷ୍ୟ ଗ୍ରହଣ କରାଯିବ । ଉନ୍ନୟନ କମିସନର ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି । ଗତ ଜୁନ୍‌ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ  ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ  ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । 

    ଆଜି ପୁରୀ ସ୍ପେଶାଲ ସର୍କିଟ ହାଉସରେ ସାକ୍ଷାତ କରି ଦଳାଚକଟା ସମ୍ପର୍କିତ ତଥ୍ୟ ଏବଂ ଯଦି କିଛି ସେହି ସମୟର ଫୁଟେଜ୍ ଥାଏ, ତେବେ ଦେଇପାରିବେ । କେଉଁ ପରିସ୍ଥିତିରେ ଦଳାଚକଟା ଘଟଣା ଘଟିଲା, ସେ ସମ୍ପର୍କରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଭିଡିଓ ଥାଏ, ସେମାନେ ଇମେଲ୍ ଯୋଗେ ଦେବାକୁ ପୂର୍ବରୁ ଉନ୍ନୟନ କମିସନର କହିସାରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook