Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨ଟା ୪୫ରେ ଦଣ୍ଡ ଘୋଷଣା

    Share on :
    ajab-Image
    Date: Jan 20, 2025    Views: 4268

    ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆଜି ୨ଟା ୪୫ରେ ସିଆଲଦା କୋର୍ଟ ଦଣ୍ଡାଦେଶ ଶୁଣାଇବେ । ଦୋଷୀ ସଞ୍ଜୟ ରାୟକୁ କୋର୍ଟ କେଉଁ ରାୟ ଶୁଣାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । କୋର୍ଟ ଗତ ୧୮ ତାରିଖ ଦିନ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ସେ କହିଥିଲା, ମୁଁ ମୋ ବେକରେ ସବୁବେଳେ ରୁଦ୍ରାକ୍ଷର ଏକ ମାଳ ପିନ୍ଧେ। ଯଦି ମୁଁ ଅପରାଧ କରିଥିଲି, ତା’ହେଲେ ଘଟଣାସ୍ଥଳରେ ମୋର ସେହି ରୁଦ୍ରାକ୍ଷ ମାଳ ଛିଣ୍ଡି ପଡ଼ିଥିବା କଥା। ମୁଁ ଏହି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ଯେଉଁମାନେ ମୋତେ ଫସାଇ ଦେଇଛନ୍ତି, ସେମାନଙ୍କୁ ଜାମିନ୍ ମିଳିଛି। ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ସେ ପ୍ରଶ୍ନ କରିଥିଲା। ଏହା ଶୁଣି ଜଜ୍‌ କହିଥିଲେ ଯେ କୋର୍ଟ ସୋମବାର ତୁମ ଯୁକ୍ତି ଶୁଣିବେ। ବର୍ତ୍ତମାନ ତୁମକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଉଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook