Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜବାବ ଦେଲେ ରଞ୍ଜିତା, ଏହା କହିଲେ

    Share on :
    ajab-Image
    Date: Oct 16, 2024    Views: 3450

    ଭୁବନେଶ୍ୱର: କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ଅଭିଯୋଗର ଜବାବ ଦେଇଛନ୍ତି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ । ରଞ୍ଜିତା କହିଛନ୍ତି ଯେ ସେଭଳି କିଛି ନାହିଁ । ଏହା ଦଳ ଭିତର କଥା । ସୁପ୍ରିମୋଙ୍କୁ ଜଣାଇବୁ । ବିଜେପି ସହ ମିଶି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗକୁ ମଧ୍ୟ ରଞ୍ଜିତା ଖଣ୍ଡନ କରିଛନ୍ତି । ମୁଁ ବିଜେଡି ସଦସ୍ୟ । ବିଜେଡିର ପ୍ରାର୍ଥୀ ଥିଲି । ଏଭଳି ଆରୋପ ଠିକ ନୁହେଁ । ଦଳ କିଭଳି ସୁଦୃଢ ହେବ ସେନେଇ ଆମେ କାମ କରୁଛୁ ବୋଲି ରଞ୍ଜିତା ସାହୁ କହିଛନ୍ତି । 
    ପ୍ରକାଶ ଯେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି । ଏପରିକି ମୋତେ ହରାଇବା ପାଇଁ ରଞ୍ଜିତା ପ୍ଲାନ କରିଥିଲେ ବୋଲି ଲତିକା କହିଛନ୍ତି । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା । ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ନେଇ ପ୍ରମାଣ ବି ଅଛି ବୋଲି ଲତିକା କହିଛନ୍ତି । ଏପରିକି ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସଭାପତିଙ୍କୁ ଅନୁରୋଧ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ପ୍ରଧାନ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook