Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Aug 13, 2026    Views: 2385

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ରାଜା ସ୍ୱାଇଁ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଓଡ଼ିଶାର ଖଣିଜ ସମ୍ପଦ ଦେଶର ଅର୍ଥନୀତି ଓ ଶିଳ୍ପ ବିକାଶର ମୂଳ ଆଧାର ହୋଇଥିବା ବେଳେ ରାଜ୍ୟକୁ ତାହାର ନ୍ୟାୟ ସଙ୍ଗତ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି । ନୂଆ ବିଲ୍‌ ମାଧ୍ୟମରେ ରାଜ୍ୟ ସରକାରଙ୍କ ଟିକସ, ସେସ୍ ଓ ଅନ୍ୟାନ୍ୟ ଲାଭ ଆଦାୟ କରିବାର କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗ କହିଛନ୍ତି ।

     ଏହି ବିଲ୍‌ କାର୍ୟ୍ୟକାରୀ ହେଲେ ଓଡ଼ିଶା ଦେଢ଼ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇବ ଏବଂ ରାଜ୍ୟର ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନାଗୁଡ଼ିକ ପ୍ରଭାବିତ ହେବ । ବିଜେପି ସାଂସଦମାନଙ୍କୁ ଟାର୍ଗେଟ କରି କହିଛନ୍ତି ସଂସଦରେ ଓଡ଼ିଶାର ୨୦ଜଣ ସାଂସଦ ଥାଇ ମଧ୍ୟ ବିଲକୁ ବିରୋଧ କରିନଥିଲେ । ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କାହିଁକି ସ୍ୱର ଉଠାଇଲେନି ବୋଲି ରାଜା ସ୍ୱାଇଁ ପ୍ରଶ୍ନ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook