ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ବିଜେପି ପକ୍ଷରୁ ଆଜି ଆଧିକାରିକ ଭାବେ ଏହି ଘୋଷଣା କରାଯାଇଛି। ରାଜ୍ୟ ବିଜେପିର ସଭାପତି ଭାବେ ମନମୋହନ ସାମଲଙ୍କର ଦଳୀୟ ସଂଗଠନ ଉପରେ ଶକ୍ତ ପକଡ଼ ରହିଛି। ତାଙ୍କୁ ରାଜ୍ୟସଭାକୁ ପଠାଇ ଦଳ ଓଡ଼ିଶାରେ ନିଜର ରାଜନୈତିକ ସ୍ଥିତିକୁ ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି।ସୁଜିତ କୁମାର ପୂର୍ବରୁ ମଧ୍ୟ ରାଜ୍ୟସଭା ସାଂସଦ ଭାବେ କାର୍ୟ୍ୟ କରି ସାରିଛନ୍ତି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁଜିତଙ୍କ ଉପରେ ଦଳ ପୁଣି ଥରେ ଭରସା ପ୍ରକଟ କରିଛି। ଓଡ଼ିଶାରେ ବିଜେପିର ବିଧାୟକ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ, ଏହି ଦୁଇ ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
Comments ସମସ୍ତ ମତାମତ