ମୁଖ୍ୟ ଖବର
କଟକ : ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରାଜା ଚକ୍ର ଏବଂ ତାଙ୍କର ଅନ୍ୟ ୩ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ପରେ ସମସ୍ତ ଅଭିଯୁକ୍ତ ଜାମିନି ପାଇଁ ନିମ୍ନ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ସେଠାରୁ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ଗତ ୯ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏବେ ଜାମିନ ମାମଲାର ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଅଭିଯୁକ୍ତ ମାନେ ସମସ୍ତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଅଟନ୍ତି। ଜାମିନରେ ବାହାରିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ହାଇକୋର୍ଟ ଏହି ଜାମିନ ଆବେଦନ କୁ ଖାରଜ କରି ଦେଇଛନ୍ତି ।
Comments ସମସ୍ତ ମତାମତ