Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ୭ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହୋଇପାରେ

    Share on :
    ajab-Image
    Date: Jul 19, 2026    Views: 3463

    ଭୁବନେଶ୍ୱର: ଆଜି ୭ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା  ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, କେନ୍ଦୁଝର,  ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ  ଅଧିକ ବର୍ଷା ହୋଇପାରେ । କିନ୍ତୁ  ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ପାଗ  ପ୍ରାୟତଃ ଶୁଖିଲା ରହିପାରେ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି ।

    ୨୦  ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି  ସ୍ଥାନରେ ଭାରି ବର୍ଷା ହୋଇପାରେ । ଅନ୍ୟ  ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର  ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ହୋଇପାରେ । ୨୧ ଓ ୨୨ ତାରିଖରେ  ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର  ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା  ଅଛି ।

    ଶୁକ୍ରବାର ମାଲକାନଗିରିରେ  ୨୨.୪ମିମି, ଟିଟିଲାଗଡ଼ରେ ୧୦ ଓ  ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି ।  ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାରେ  ସର୍ବାଧିକ ୯୨ମିମି, ଜଗତସିଂହପୁରରେ  ୬୯, ନବରଙ୍ଗପୁରରେ ୫୩,  କୋରାପୁଟରେ ୪୯.୬, ରା.ଗଡ଼ାରେ  ୩୮ ଓ ମାଲକାନଗିରିରେ ୨୧.୨  ମିମି ବର୍ଷା ହୋଇଥିଲା । ବୈତରଣୀ  ନଦୀର ଆଖୁଆପଦାଠାରେ ଜଳସ୍ତର  ସତର୍କ ସଙ୍କେତ ପାଖରେ ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook