Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    କଟକ-ଭୁବନେଶ୍ବରେ ମୌସୁମୀ ବର୍ଷା

    Share on :
    ajab-Image
    Date: Jun 22, 2026    Views: 3025

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଓ ରୌପ୍ୟ ନଗରୀ କଟକରେ ଆଜି ସକାଳୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। କଟକରେ ଗତକାଲି ରାତିରୁ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ୱରରେ ଆଜି ସକାଳୁ ବର୍ଷା ଲାଗିରହିଛି।  ଫଳରେ ଗତ କିଛିଦିନ ଧରି ଅନୁଭୂତ ହେଉଥିବା ଗରମ ଓ ଗୁଳୁଗୁଳିରୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
    ଏହାକୁ ବର୍ଷର ପ୍ରଥମ ମୌସୁମୀ ବର୍ଷା ବୋଲି କୁହାଯାଉଛି । ବର୍ଷା ପ୍ରଭାବରେ ସହରର ତାପମାତ୍ରା ହ୍ରାସ ପାଇଥିବା ସହିତ ପରିବେଶ ମଧ୍ୟ ଶୀତଳ ହୋଇପଡ଼ିଛି। ତେବେ କିଛି ସ୍ଥାନରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟାତରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା। ସକାଳୁ ବର୍ଷା ଲାଗିରହିଥିବାରୁ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ଯାଉଥିବା ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି,ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି।

    Maximum 500 characters

    ଘରକରଣ View all

    Find Us on Facebook