ମୁଖ୍ୟ ଖବର
ମାଲକାନଗିରି: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ତେବେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଙ୍କୁରୁକୋଣ୍ଡା ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୫ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ହାଇଦ୍ରାବାଦ ରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରୁଥିବା ବସ ଗୁଡିକ କାଙ୍କୁରୁକୋଣ୍ଡା ଠାରେ ଅଟକି ରହିଥିବା ଦେଖିବାକୁ ମିଳିଛି।
Comments ସମସ୍ତ ମତାମତ