Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରବଳ ବର୍ଷାରେ ବାଲେଶ୍ୱର ସହର ଜଳମଗ୍ନ

    Share on :
    ajab-Image
    Date: Sep 2, 2025    Views: 2660

    ବାଲେଶ୍ୱର : ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଚି ପୋଲ, ନୁଆସାହି, ତେଲେଙ୍ଗା ସାହି ଛକ ଆଦିରେ ବର୍ଷା ଜଳ ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ଅରଡ଼ ବଜାର ଓ କଂଗ୍ରେସ ଗଳିରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଳ ନିଷ୍କାସନକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତିରେ ବିଜୁଳି,ଘଡଘଡି ସହ ପ୍ରବଳ ବର୍ଷା ଯୋଗୁ ସହରର ପରିସ୍ଥିତି ବେହାଲ ହୋଇପଡିଛି ।


     

    Maximum 500 characters

    ତାଜା ଖବର View all

    Find Us on Facebook