Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗୋ-ମାଫିଆଙ୍କ ଉପରେ ବଡ଼ଧରଣର ରେଡ: 5 ଜିଲ୍ଲାରେ ଚଢାଉ, 50 କୋଟିର ସମ୍ପତ୍ତି ଜବତ

    Share on :
    ajab-Image
    Date: Jan 18, 2026    Views: 3171

    କେନ୍ଦୁଝର/ମୟୂରଭଞ୍ଜ/ଭଦ୍ରକ: ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ । ଆକ୍ସନମୋଡରେ ମୋହନ ସରକାର । ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତ ଶୁକ୍ରବାର କେନ୍ଦୁଝର ପୋଲିସ ଭଦ୍ରକରେ ଜଣେ ଗୋ ମାଫିଆଙ୍କ ଘରେ ରେଡ କରିଥିବା ବେଳେ ଶନିବାର କେନ୍ଦୁଝର ପୋଲିସର 46ଟି ଟିମ୍ ରାଜ୍ୟର 5 ଜିଲ୍ଲାରେ ଘନ ଘନ ରେଡ କରିଛି । ଏହି ବଡ଼ ଧରଣର ଚଢାଉରେ 10 ଜଣ ଗିରଫ ହୋଇଥିବା ବେଳେ 50 କୋଟିର ସମ୍ପତ୍ତି ଜବତ କରାଯାଇଛି ।ଅବୈଧ ଗୋ-ଚାଲଣ ଲିଙ୍କରେ କେନ୍ଦୁଝର ପୋଲିସ କେନ୍ଦୁଝର ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରାଯାଇଥିଲା । ରେଡ ସମୟରେ 1 କୋଟି 52 ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ଚଢ଼ାଉରେ 5 ଜଣ ଡେପୁଟି ଏସପି, 25 ଇନ୍ସପେକ୍ଟର, 36 SI ଓ ASI ସମେତ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।ଗୋରକ୍ଷା' ଅଭିଯାନରେ ୫ଟି ଜିଲ୍ଲାରେ ରେଡ଼ ପରେ 10 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ 1 କୋଟି 52 ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏଥିସହିତ, 1 କେଜି 131 ଗ୍ରାମ ସୁନା, ୩ କେଜି ରୁପା, 23ଟି ଚାରି-ଚକିଆ ଗାଡି, 23ଟି ଦୁଇ-ଚକିଆ ଗାଡ଼ି, 21ଟି ଘଣ୍ଟା, ମୋବାଇଲ ଫୋନ୍, ଜାଗା ଓ ଜମିର କାଗଜପତ୍ର, ବ୍ୟାଙ୍କ ଖାତା ଆଦି ଜବତ କରିଛି ପୋଲିସ । ବିଏନଏସ ଧାରା ୧୦୭ ଅନୁଯାୟୀ ଏସବୁ ଜବତ କରିବାକୁ ପୋଲିସ, କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ।ଏହି ବଡ଼ ଧରଣର ଚଢାଉ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ‘ଗୋମାତାର ସୁରକ୍ଷା ଓ ଗୋମାତାର ବଂଶ ବୃଦ୍ଧି ଆମ ସରକାର ଉଦ୍ଦେଶ୍ଯ । ଗୋମାଂସ ଚାଲାଣକାରୀଙ୍କୁ ଛଡାଯିବ ନାହିଁ । ଆମ ଅସ୍ମିତା ସହିତ ଜଡିତ ଗୋମାତା । 5ଟି ସ୍ଥାନରେ ରେଡ୍ କରାଯାଉଛି। ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଚଢାଉ ହେବ । ଗୋମାଂସ ଚାଲାଣକାରୀ ସାବଧାନ ହୋଇଯାଆନ୍ତୁ । ସମ୍ପତ୍ତି ବାଜ୍ୟାପ୍ତି ହେବ।’
    ଭଦ୍ରକ ଠାରେ କେନ୍ଦୁଝର ଜିଲ୍ଲା ପୁଲିସ ପକ୍ଷରୁ ଗୋ ମାଫିଆଙ୍କ ଘରେ ଚଢାଉ । ଗୋ ତସ୍କରୀ ଲିଙ୍କ ଅଭିଯୋଗ ହେବା ପରେ କେନ୍ଦୁଝର ପୋଲିସ ସ୍କାନରରେ ଥିଲା ଗୋ ଚାଲାଣ ମାଫିଆ ରାଜନ । ବିଳମ୍ବିତ ରାତ୍ରିରୁ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଘଟଣା ସ୍ଥଳରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଏହି ଚଢାଉ ଜାରି ରହିଛି । ତେବେ ଗୋ ତସ୍କରୀକୁ ନେଇ ପୂର୍ବରୁ ରାଜନ ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ 10ରୁ ଅଧିକ ମାମଲା ରହିଥିବା ଜଣାପଡିଛି । ଯାହାକୁ ଆଧାର କରି ବେଆଇନ ଗୋ ତସ୍କରୀ ଲିଙ୍କ ଅଭିଯୋଗରେ ପୁରୁଣା ବଜାର ଥାନା ଅଞ୍ଚଳର ମୁଲ୍ଲାସାହିରେ ସେକ ତାଜୁଦ୍ଦିନ ଓରଫ ରାଜନଙ୍କ ଘରେ ଜାରି ରଖିଛି ଚଢ଼ାଉ ।

    ଦୀର୍ଘ ମାସ ହେବ କେନ୍ଦୁଝର ପୋଲିସ ସ୍କାନରରେ ରାଜନ ରହିଥିବା ବେଳେ ଏହି ଚଢ଼ାଓ କରାଯାଇଛି । ଏହି ଚଢାଉ ସମୟରେ ରାଜନ ଘରୁ 70 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ସହିତ ସୁନା ଗହଣା ପୋଲିସ ଜବତ କରିଛି । ତେବେ ଏହି ଟଙ୍କା ସବୁକୁ ଗଣିବା ପାଇଁ ଦୁଇଟି ମେସିନ ଲାଗିଥିବା ବେଳେ ଜବତ ସୁନା ରୁପା ଅଳଙ୍କାର ଗୁଡିକର ମୂଲ୍ୟାୟନ ଆକଳନ ଚାଲିଛି । ତେବେ ଚଢାଉ ସାରିବା ପରେ ଟଙ୍କା, ଅଳଙ୍କାର ଏବଂ ଅନ୍ୟ ବେଆଇନ ସମ୍ପତ୍ତି ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ।ଶନିବାର ସକାଳୁ ଏନେଇ କେନ୍ଦୁଝର ପୋଲିସ ଜିଲ୍ଲାର ୪୬ଟି ବେଆଇନ ଗୋରୁ ଚାଲାଣ କରୁଥିବା ଠିକଣା ଉପରେ ଚଢାଉ କରିଛି । କେନ୍ଦୁଝର ଜିଲ୍ଲାରେ ସାନ୍ତରାପୂର, କଳିଆହତା, ତେଲକୋଇ, ଘଷିପୁରା, ତୁରୁମୁଙ୍ଗା ଆଦି ସ୍ଥାନରେ ଚଢାଉ ଜାରି ରଖିଛି । ଆଜିର ଏହି ଚଢାଉରେ ଜିଲ୍ଲା ପୋଲିସର 5 ଡିଏସପି, 25 ଇନ୍ସପେକ୍ଟର, 36 ଏସଆଇ ସହ 18 ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

    ଆଜିର ଏହି ଚଢାଉରେ ବ୍ୟାପକ ଟଙ୍କା, ସୁନାଗହଣା, ଗାଡ଼ି ଜବତ ହେବା ସହ ଚାଲାଣ ପାଇଁ ଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ଚଢାଉ ଜାରି ଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ ତଥ୍ୟ ମିଳିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ଭଦ୍ରକରେ କେନ୍ଦୁଝର ପୋଲିସ ଗୋ-ମାଫିଆଙ୍କ ଘରେ ରେଡ୍ କରିଥିଲା । ଖାଲି ଭଦ୍ରକ ନୁହେଁ ୫ଟି ଜିଲ୍ଲାରେ ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଚଢାଉ ଜାରି ରହିଛି ।ରେଡ ସମୟରେ ଭଦ୍ରକର ଜଣେ ଗୋ-ମାପିଆଙ୍କ ଘରୁ ବିଡା ବିଡା ନୋଟ ଜବତ ହୋଇଥିଲା । ଟଙ୍କା ଗଣିବାକୁ ଆସିଥିଲା ମେସିନ୍ । ଟଙ୍କା ଦେଖି ଛାନିଆ ହୋଇଥିଲା ପୋଲିସ୍ । ପ୍ରକାଶ ଯେ ଏହି ବେଆଇନ ଗୋରୁ ଚାଲାଣ ନେଇ ରାଜ୍ୟର ମୟୂରଭଞ୍ଜ, ଯାଜପୁର ଜିଲ୍ଲାର ବିଶୋଇ, ଝାର ପୋଖରିଆ, ତେନ୍ତିପୋଷି, ଚଢ଼େଇଭୋଲ, କେନ୍ଦେଇ ଆଦି ସ୍ଥାନରେ ଚଢାଉ ଜାରି ରଖିଛି ରାଜ୍ୟ ପୋଲିସ ।

    Maximum 500 characters

    ତାଜା ଖବର View all

    Find Us on Facebook