Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଇସିଙ୍କୁ ଘେରିଲେ ରାହୁଲ

    Share on :
    ajab-Image
    Date: Sep 19, 2026    Views: 2531

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯାହା ଘଟିଲା ତାହାକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ଟିଏମସିର ନାମ ଓ ଚିହ୍ନ ବ୍ୟବହାର ଉପରେ କଟକଣା ଲଗାଇବାକୁ ନେଇ ସେ ନିର୍ବାଚନ କମିସନ (ଇସି)ଙ୍କୁ ଘେରିଛନ୍ତି। ଭୋଟ ଚୋରି, ସରକାର ଚୋରି ପରେ ଦଳ ଚୋରି ହେଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ରାହୁଲ ନେତା ସମର୍ଥନ ଦେଇଛନ୍ତି। ଏହା କେବଳ ମମତାଙ୍କ ଲଢ଼େଇ ନୁହେଁ ସେ ବୋଲି କହିଛନ୍ତି।
    କେନ୍ଦ୍ର ସରକାର ଓ ଇସିଙ୍କୁ ତୀବ୍ର ସମାଲୋଚନା କରି ରାହୁଲ କହିଛନ୍ତି ଯେ ‘ପ୍ରଥମେ ଶିବସେନା, ପରେ ଏନସିପି ଓ ଏବେ ଟିଏମସିକୁ ଭାଙ୍ଗି ଦିଆଯାଇଛି। ପ୍ରତି ଥର ଗୋଟିଏ ଧାରା ଆପଣାଯାଉଛି। ବିଜେପି ଓ ନିର୍ବାଚନ କମିସନ ମିଶି ଗୋଟିଏ ଦଳକୁ ଭାଙ୍ଗି ଦେଉଛନ୍ତି। ପରେ ସେହି ଦଳର ନିର୍ବାଚନ ଚିହ୍ନ ଛଡ଼େଇ ନିଆଯାଉଛି। ଯେଉଁଠି ସମ୍ପୂର୍ଣ୍ଣ ଦଳକୁ ଚୋରି କରି ନିଆଯାଉଛି, ସେଇଠି କୋଟି କୋଟି ଭାରତୀୟଙ୍କ ଭୋଟ ଚୋରି ହେବା ଆଶ୍ଚର୍ଯ୍ୟର ଘଟଣା ନୁହେଁ। ଏହା ଗଣତାନ୍ତ୍ରିକ ପତନର ପ୍ରତୀକ ପାଲଟି ଯାଇଛି।’ ଇସିଙ୍କୁ ନିଶାଣ କରି ରାହୁଲ କହିିଛନ୍ତି ଯେ ଜନାଦେଶର ସୁରକ୍ଷା ନିର୍ବାଚନ କମିସନଙ୍କ ଦାୟିତ୍ବ। ମାତ୍ର ଇସି ବିପରୀତ କାମ କରୁଛନ୍ତି। ଯେଉଁମାନେ ଜନତାଙ୍କ ନିଷ୍ପତ୍ତିକୁ ପଲଟାଇ ଦେଉଛନ୍ତି, ଇସି ସେମାନଙ୍କୁ ସହଯୋଗ କରୁଛନ୍ତି। ଏହି ଲଢ଼େଇ କେବଳ ମମତାଙ୍କର ନୁହେଁ। ଏହି ଲଢ଼େଇ ସ୍ବାଧୀନ ଓ ନିରପେକ୍ଷ ଗଣତନ୍ତ୍ର ଚାହୁଁଥିବା ପ୍ରତ୍ୟେକ ରାଜନୈତିକ ଦଳ ଓ ଭୋଟରଙ୍କର।
    ସୂଚନାଯୋଗ୍ୟ ଯେ ୨୦୨୨ ଜୁନ ୨୧ରେ ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଅଲଗା ହୋଇଥିଲା। ସେହିପରି ୨୦୨୩ ଜୁଲାଇ ୨ରେ ଏନସିପିର ଶରଦ ପୱାର ଓ ଅଜିତ ପୱାର ଗୋଷ୍ଠୀ ଭାଗ ଭାଗ ହୋଇଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook