Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

    Share on :
    ajab-Image
    Date: Aug 31, 2025    Views: 2800

    ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଥିବା ଜଣାପଡ଼ିଛି। ଜୟପୁର ଭିତ୍ତିକ ଫ୍ରାଞ୍ଚାଇଜ ଶନିବାର ଏକ୍ସରେ ଏ ନେଇ ଘୋଷଣା କରିଛି। ଦ୍ରାବିଡ଼ ଗୋଟିଏ ଋତୁ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିବା ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ଦ୍ରାବିଡ଼ ହେଉଛନ୍ତି ଦ୍ବିତୀୟ ପ୍ରଶିକ୍ଷକ; ଯିଏ କି ୨୦୨୬ ଆଇପିଏଲ ମେଗା ନିଲାମ ହେବା ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇଛନ୍ତି। ଗତ ମାସରେ ଚନ୍ଦ୍ରକାନ୍ତ ପଣ୍ଡିତ କଲକାତା ନାଇଟ ରାଇଡର୍ସର ପ୍ରଶିକ୍ଷକ ପଦ ଛାଡ଼ିଥିଲେ। ୨୦୨୩ ଆଇପିଏଲ ପୂର୍ବରୁ ଚନ୍ଦ୍ରକାନ୍ତ ପଣ୍ଡିତ କଲକାତା ନାଇଟ୍‌ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ତାଙ୍କ ପ୍ରଶିକ୍ଷଣରେ କଲକାତା ୨୦୨୪ ଆଇପିଏଲ ଚମ୍ପିଆନ ହୋଇଥିଲା।

    ଭାରତୀୟ କ୍ରିକେଟ ଦଳର ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟ୍‌ସମ୍ୟାନ ରାହୁଲ ଦ୍ରାବିଡ଼ ଗତ ୨୦୨୫ ଆଇପିଏଲ ଲାଗି ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୨୦୨୪ ସେପ୍ଟେମ୍ବରରେ ଦ୍ରାବିଡ଼ ରାଜସ୍ଥାନର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ପରେ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ପୂର୍ବରୁ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସ ପାଇଁ ମଧ୍ୟ ୪୬ଟି ଆଇପିଏଲ ମ୍ୟାଚ ଖେଳିଥିଲେ। ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ରାଜସ୍ଥାନ ରୟାଲ୍‌ସ ଗତ ଆଇପିଏଲରେ ଭଲ ପ୍ରଦର୍ଶନ କରିବା​ରେ ବିଫଳ ହୋଇଥିଲା। ତାଙ୍କ ମାର୍ଗଦର୍ଶନରେ ରାଜସ୍ଥାନ ୧୪ଟି ମ୍ୟାଚରୁ ମାତ୍ର ୪ଟି ମ୍ୟାଚ ଜିତି ଟେବୁଲର ୯ମ ସ୍ଥାନ ହାସଲ କରିଥିଲା। ଦ୍ରାବିଡ଼ ୨୦୧୧ରୁ ୨୦୧୩ ପର୍ୟ୍ୟନ୍ତ ରାଜସ୍ଥାନ ରୟାଲ୍‌ସ ପାଇଁ ଖେଳିବା ସହ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ୨୦୨୫ରେ ରାଜସ୍ଥାନ ଦଳର ମାର୍ଗଦର୍ଶକ ଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook