Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ

    Share on :
    ajab-Image
    Date: Dec 2, 2024    Views: 3307

    ବ୍ରହ୍ମପୁର: ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍‌ପିଟାଲରେରେ  ପୁଣି ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌  ସିନିୟର ପିଲାମାନେ ଜୁନିୟରଙ୍କୁ  ରାଗିଂ କରିଥିବା ନ୍ୟାସନାଲ ମେଡିକାଲ  କାଉନ୍‌ସିଲ୍‌ ଆଣ୍ଟି ରାଗିଂ ସେଲ୍‌କୁ ଇ-ମେଲରେ ଅଭିଯୋଗ  କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ  ସେଲ୍‌ ଏମ୍‌କେସିଜି ଡିନ୍‌ଙ୍କୁ ଏ ନେଇ ଇ-ମେଲ କରିବା ପରେ ଏହାର  ତଦନ୍ତ ଆରମ୍ଭ ହୋଇଛି । ସୋମବାର ଆଣ୍ଟି ରାଗିଂ ସେଲ୍‌ ବୈଠକ ହେବ ବୋଲି କହିଛନ୍ତି  ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା । ସିନିଅର ପୁଅ ଓ ଝିଅ ମାନେ ଜୁନିୟର ମାନଙ୍କୁ ରାଗିଂ କରି ଖାତା ଲେଖିବାକୁ ଦେଇଛନ୍ତି ବୋଲି ଅଭିଯୋଗ  ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ  କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟତା  ଜଣାପଡିବ । ସୋମବାର କଲେଜରେ  ଆଣ୍ଟି ରାଗିଂ ସେଲ ବୈଠକ ରଖାଯାଇଛି । ସେଠାକୁ ଜୁନିୟର ଓ ସିନିୟର ପିଲାଙ୍କୁ  ମଧ୍ୟ ଡକାଯାଇଛି । ବେନାମୀ ଅଭିଯୋଗ  ଥିବାରୁ କିଏ ଅଭିଯୋଗ କରିଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ । ଆଣ୍ଟି ରାଗିଂ ସେଲ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook