Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୧୪ ରାଫେଲ କ୍ରୟ ପ୍ରସ୍ତାବକୁ ଡିପିବି ମଞ୍ଜୁରୀ

    Share on :
    ajab-Image
    Date: Jan 18, 2026    Views: 2762

    ନୂଆଦିଲ୍ଲୀ: ବାୟୁସେନା ପାଇଁ ଆଉ ୧୧୪ଟି ରା​‌େଫଲ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବ ଆଉ ପାଦେ ଆଗେଇଛି। ଶୁକ୍ରବାର ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ)ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଚୂଡାନ୍ତ ଅନୁମୋଦନ ପରେ ହିଁ ଏହି ପ୍ରକ୍ରିୟାକୁ କାର୍ୟ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏ ବାବଦରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ କରାଯାଇଛି। ଏଥିମଧ୍ୟରୁ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ୧୮ଟି ରାଫେଲ ଯେଗାଉଥିବାବେଳେ ଅବଶିଷ୍ଟ ୯୬ଟି ବିମାନ ଭାରତରେ ନିର୍ମାଣ କରାଯିବାର ଯୋଜନା ରହିଛି। ଫ୍ରାନ୍ସ ନିକଟରୁ ଅଧିକ ରାଫେଲ ବିମାନ କିଣିବା ପ୍ରସ୍ତାବକୁ ଅଗ୍ରାଧିକାର ଦିଆଯାଉଥିଲେ ସୁଦ୍ଧା ରୁ​‌ଷ୍‌ ନିର୍ମିତ ସୁଖୋଇ-୫୭ ଯୁଦ୍ଧ ବିମାନ କ୍ରୟ ପ୍ରସ୍ତାବ ମଧ୍ୟ ଭାରତ ସରକାରଙ୍କ ବିଚାରାଧୀନ ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook