Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି

    Share on :
    ajab-Image
    Date: Dec 4, 2025    Views: 2238

    ଭୁବନେଶ୍ୱର: ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଆଜି ଓ ଆସନ୍ତାକାଲି ସେ ଭାରତରେ ରହିବେ । ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସୁଛନ୍ତି । ପୁଟିନ ଦିଲ୍ଲୀରେ ପହଞ୍ଚିବା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ରାଜଧାନୀ ଦିଲ୍ଲୀରେ ପୁଟିନଙ୍କୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ସ୍ୱାଗତମ ପୋଷ୍ଟର ଲାଗାଯିବା ସହିତ ଟ୍ରାଫିକ୍‌ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ପୁଟିନ୍‌ ପୂର୍ବରୁ ୨୦୨୧ ଡିସେମ୍ବର ୬ରେ ଭାରତ ଆସିଥିଲେ । ଚାରି ବର୍ଷ ପରେ ପୁଣି ଥରେ ସେ ଭାରତ ଆସୁଛନ୍ତି ।

    ପୁଟିନ୍‌ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ଶିଖର ସମ୍ମିଳନୀ ଉଭୟ ଦେଶ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏକ ବାର୍ଷିକ କାର୍ୟ୍ୟକ୍ରମ । ପୁଟିନ ପାଞ୍ଚରୁ ସାତ ଜଣ ପ୍ରମୁଖ ମନ୍ତ୍ରୀ ଏବଂ ନିକଟତମ ସହଯୋଗୀଙ୍କ ସହିତ ଭାରତ ଗସ୍ତରେ ଆସୁଛନ୍ତି, ପୁଟିନ ଏହି ସମୟରେ ଆଠଟି ଚୁକ୍ତି ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି । ଶିଖର ସମ୍ମିଳନୀ ବ୍ୟତୀତ ପୁଟିନ ଏବଂ ମୋଦୀ ଅଶୋଧିତ ତୈଳ, ଏସ-୪୦୦ କ୍ଷେପଣାସ୍ତ୍ର ସିଷ୍ଟମ୍‌ ଚୁକ୍ତି ଏବଂ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।
    ହାଇଦ୍ରାବାଦ ହାଉସରେ ପ୍ରଥମ ବୈଠକ ସୀମିତ ସଂଖ୍ୟକ ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହେବ, ଯେଉଁଠାରେ ଶୀର୍ଷ ନେତାମାନେ ଖୋଲାଖୋଲି ଆଲୋଚନା କରିବେ । ଏହାପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ । ଶିଖର ସମ୍ମିଳନୀ, ଦ୍ୱିପାକ୍ଷିକ ଆଲୋଚନା ଏବଂ ବୈଠକ ପରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମଧ୍ୟାହ୍ନ ଭୋଜନ ପରେ ଉଭୟ ପକ୍ଷ ଏକ ମିଳିତ ପ୍ରେସ୍‌ ବିବୃତ୍ତି ଜାରି କରିବେ । ପୁଟିନ ଶୁକ୍ରବାର ବିଳମ୍ବିତ ରାତିରେ ମସ୍କୋ ଫେରିଯିବେ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook