Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

    Share on :
    ajab-Image
    Date: Jul 10, 2025    Views: 3255

    ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ମନ୍ଦିର ଭିତରର ଫଟୋ । ଜଣେ ଯୁବକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଜଣାପଡିଛି । ସୂଚନା ମୁତାବକ, ଶ୍ରୀମନ୍ଦିର ଭିତର ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ୱେତାଂଶୁ ମହାପାତ୍ର ନାମକ ଜଣେ ଏହି ଦୁଇ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟାଟସ ଦେଇଥିଲେ । ନୀଳାଦ୍ରିବିଜେ ଦିନ ଏହି ଦୁଇ ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି । ତେବେ କିପରି ଓ କେମିତି ଏହି ଫଟୋ ଉଠିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । 

    ସେପଟେ ବୁଧବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ୪ ଜଣ ଅମାନିଆ ଶ୍ରୀମନ୍ଦିର ବାହାର ଥିବା ଏକ ଅଳିଆ ଗଦା ନେଇ ମେଘନାଦ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଯାହାପରେ ପୁରୀ ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯାଇଛି । ତେବେ ଗୋଟିଏ ଘଟଣାକୁ କିଛି ଘଣ୍ଟା ନପୂରୁଣୁ ଆଉ ଏକ ଘଟଣା । ବାରମ୍ବାର ଶ୍ରୀମନ୍ଦିରର ସୁରକ୍ଷାରେ ତ୍ରୁଟି ଦେଖାଦେଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook