Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁଲିସ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jan 21, 2025    Views: 3923

    ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୁଲିସ୍ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।  ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର  ମାରିଛି ପୁରୀ ପୁଲିସ୍। ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୂତାବକ ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଥିଲା । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କ ବିହାରୀ ଅନନ୍ତ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିଲେ। ଭାଇରାଲ ଭିଡିଓରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଲିସ୍ ଏ ନେଇ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook