Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

    Share on :
    ajab-Image
    Date: Jul 19, 2026    Views: 3305

    ପୁରୀ:  ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହାକୁ ଠାକୁରଙ୍କ ବନକଲାଗି ନୀତି କୁହାଯାଏ । ରବିବାର ଏହି ସ୍ୱତନ୍ତ୍ର ନୀତି ହେବ । ପରଦିନ ଅର୍ଥାତ୍ ସୋମବାର ରହିଛି ହେରାପଞ୍ଚମୀ । ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ମହାପ୍ରଭୁଙ୍କ ସମ୍ମୁଖକୁ ଯିବା ସହ ନନ୍ଦିଘୋଷ ଭାଙ୍ଗିବେ । ଏଣୁ ମହାଲକ୍ଷ୍ମୀଙ୍କ ବିଜେ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ବିଧି ସମ୍ପନ୍ନ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତମହାପାତ୍ର ସେବକମାନେ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ରାତିରେ ପ୍ରାୟ ଘଣ୍ଟା ବନ୍ଦ ହେବ ସୂଚନା ରହିଛି ।
    ମହାପ୍ରଭୁଙ୍କ ଅନନ୍ୟ ରୀତିନୀତି ପାଇଁ ଲୋଡ଼ା ସମସ୍ତ ସାମଗ୍ରୀ । ଯାତ୍ରା ସମୟରେ ମଧ୍ୟ ଏସବୁ ଲୋଡ଼ା ହୁଏ । ରଥରେ ୨ ସିନ୍ଦୁକରେ ଯାଇଥାଏ ଠାକୁରଙ୍କ ନୀତି ଓ ବେଶ ସଜ । ନନ୍ଦିଘୋଷ ରଥରେ ରହିଥାଏ ଏହି ବିଶାଳ ସିନ୍ଦୁକ । ଗୋଟିଏରେ ଥାଏ ଠାକୁରଙ୍କ ୬ ମୂର୍ତ୍ତି ଆଦି ଆବଶ୍ୟକ ସୁବର୍ଣ୍ଣ ଅଳଙ୍କାର । ବେଶ ଭୂଷା ଅଳଙ୍କାର ଆଦି ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱାବଧାନରେ ରହିଥାଏ । ଅନ୍ୟଟିରେ ରୁପା ପିଙ୍ଗଣ, ବଟା, ବିଭିନ୍ନ ପାତ୍ର ଓ ପାଟପସ୍ତ୍ର ଆଦି ସଜବାଜ ରହିଥାଏ । ଏହା ଚାଙ୍ଗଡ଼ା ମେକାପ ଅଧୀନରେ ରୁହେ । କୋଠସୁଆଁସିଆ ସେବକମାନେ ସିନ୍ଦୁକକୁ ବୋହି ନେବାଆଣିବା କରିଥାନ୍ତି

     

    Maximum 500 characters

    ତାଜା ଖବର View all

    Find Us on Facebook