Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଗଷ୍ଟ ୨୯ରୁ ପ୍ରୋ କବାଡ଼ି ଲିଗ୍‌

    Share on :
    ajab-Image
    Date: Jul 10, 2025    Views: 2867

    ନୂଆଦିଲ୍ଲୀ: ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ୧୨ଶ ସଂସ୍କରଣ ଅଗଷ୍ଟ ୨୯ରୁ ଆରମ୍ଭ ହେବ। ଫ୍ରାଞ୍ଚାଇଜି ଭିତ୍ତିକ ପ୍ରୋ କବାଡ଼ି ଲିଗ୍‌ର ଗତ ୧୧ଟି ସଂସ୍କରଣରେ ୮ଟି ପୃଥକ୍‌ ଦଳ ଚମ୍ପିଆନ୍‌ ହୋଇଛନ୍ତି। ସଫଳତମ ଦଳ ଭାବେ ପାଟନା ପାଇରେଟ୍‌ସ କ୍ରମାଗତ ୩ ଥର ଚମ୍ପିଆନ୍‌ ହୋଇଛି। ଗତବର୍ଷ ହରିୟାଣା ଷ୍ଟିଲର୍ସ ପ୍ରଥମ ଥର ଜିତିଥିଲା। ୧୨ଟି ଦଳ ଡବଲ୍‌ ରାଉଣ୍ଡ ରବିନ୍‌ ଲିଗ୍‌ ଭିତ୍ତିରେ ବା ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ। ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ଦଳ ସେମିଫାଇନାଲକୁ ଏବଂ ପରବର୍ତ୍ତୀ ୪ଟି ଦଳ ଏଲିମିନେଟରକୁ ଉନ୍ନୀତ ହେବେ। ୬ ସପ୍ତାହ ତ​‌େ​‌ଳ ପ୍ରୋ କବାଡ଼ି ଲିଗ୍‌ ୧୨ଶ ସଂସ୍କରଣର ନିଲାମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦ ଜଣ ଖେଳାଳି ୧ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ୨୦୧୪ରେ ଆରମ୍ଭ ହୋଇଥିବା ପ୍ରୋ କବାଡ଼ି ଲିଗ୍‌ ଦେଶର ଅନ୍ୟତମ ଶ୍ରେଷ୍ଠ ପେସାଦାର କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ପରିଣତ ହୋଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook