Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶିକ୍ଷକ ସାଜିଲେ ରାଷ୍ଟ୍ରପତି, ପିଲାଙ୍କୁ ପଢ଼ାଇଲେ ପାଠ

    Share on :
    ajab-Image
    Date: Jul 25, 2024    Views: 5139

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି। ସେ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେପରିକି ଆମର କେତୋଟି ଋତୁ। ସେଥିମଧ୍ୟରୁ ଆମେ କେଉଁ ଋତୁକୁ ଅନୁଭବ କରୁଛେ। ପିଲାମାନେ ମଧ୍ୟ ଖୁବ୍‌ ସୁନ୍ଦର ଭାବେ ଉତ୍ତର ରଖିଛନ୍ତି। ପିଲାମାନେ କହିଥିଲେ, ଆମେ ୩ଟି ଋତୁକୁ ଅନୁଭବ କରୁଛେ।

    ରାଷ୍ଟ୍ରପତି ପୁଣି ପଚାରିଥିଲେ କେଉଁ ଋତୁକୁ ସବୁଠୁ ଅଧିକ ଅନୁଭବ କରୁଛେ। ଜଣେ ଛାତ୍ରୀ ଉତ୍ତର ଦେଇଥିଲେ ଗ୍ରୀଷ୍ମ ଋତୁ। ରାଷ୍ଟ୍ରପତି କହିଥିଲେ ଏହାର କାରଣ ହେଉଛି ଗ୍ଲୋବାଲ ଓ୍ବାର୍ମିଂ ବା ପରିବେଶ ପ୍ରଦୂଷଣ। ରାଷ୍ଟ୍ରପତି ବହୁତ ଖୁସି ଥିଲେ ପିଲାମାନଙ୍କ ସହ ମିଶି। ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁତ ଆନନ୍ଦିତ ହୋଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook