ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପିରେ ଯୋଗ ଦେବା ଅବସରରେ ପ୍ରଭାତ ବିଶ୍ବାଳ କହିଛନ୍ତି ଯେ ୨୪ ବର୍ଷ ବହୁ ପରିଶ୍ରମ କରିଛି । ଦଳ ପାଇଁ ନିଷ୍ଠା ଦେଖାଇଛି । ୩୦ ବର୍ଷ ହେଲା ଜନ ସେବା କରୁଛି । ମୁଁ ଭାବିଥିଲି ସୁନାକୁ ଚିହ୍ନିବେ କିନ୍ତୁ ମୋ ଆକଳନ ଭୁଲ ହେଲା । ବଣିଆ ହୋଇ ସୁନା ଚିହିଁଲେ ନାହିଁ । ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା ।
କଟକର କିଛି ବିଜେଡି ନେତା ଗତ ୭ ଦିନ ଧରି ଡେରା ପକାଇଛନ୍ତି। କର୍ପୋରେଟରମାନଙ୍କୁ ଅଟକାଇ ରଖିଛନ୍ତି । ଶେଷରେ ସତ୍ୟର ଜୟ ହୋଇଛି। ବହୁ ଲୋକଙ୍କ ଜାତକ ମୋ ପାଖେ ଅଛି ବୋଲି କହିଲେ ପ୍ରଭାତ । ୧୨ ବର୍ଷ ଜଣକ ଦାୟିତ୍ଵରେ ପ୍ରଚ୍ଛଦ ପଟରେ କାମ କରିଥିଲି ଏବଂ ଅନ୍ୟ ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ବରେ ରହିଲା । ମୋଠୁ ସହଯୋଗ ବି ନେଉଥିଲେ ବୋଲି ପ୍ରଭାତ କହିଛନ୍ତି।
ଗୁଣ୍ଡୁଚି ମୂଷା ଭଳି ବିଜେପି କାମ କରିବି । ବିଶାଳ ସଂଗଠନରେ ମୁଁ ସାଧାରଣ କର୍ମୀ ବୋଲି ପ୍ରଭାତ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଚାରାଧାର ଏକ ଆଦର୍ଶ ଜ୍ଝ ଓଡିଶା ଓ ପଶ୍ଚିମବଙ୍ଗ ନିର୍ବାଚନ ତାହାର ଉଦାହରଣ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ବହୁ ପୂର୍ବରୁ ଜାଣିଛି । ବିଧାନସଭାରେ ଭେଟ ହୁଏ , କଟକ ଆସନ୍ତି । କେନ୍ଦୁଝର ଗଲେ ମତେ ଖୁବ୍ ଆତିଥ୍ୟ ଦିଅନ୍ତି। ମୋହନ ମାଝି ଜଣେ ଭଲ ମଣିଷ, ଦରଦୀ ଲୋକ ବୋଲି କହିଛନ୍ତି । ରାଜ୍ୟ ସଭାପତି ମତେ ବ୍ୟକ୍ତିଗତ ଭାବେ ବହୁ ଭଲ ପାଆନ୍ତି । ରାଜ୍ୟ ସଭାପତିଙ୍କ ପରିଶ୍ରମ ଓ ଚିନ୍ତାଧାରା ଯୋଗୁଁ ଆଜି ଓଡ଼ିଶାରେ ପରିବର୍ତ୍ତନ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ