ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ନିବେଶକଙ୍କ ଭରସା ପାଉନି ବୋଲି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପାଇଁ ଉଦ୍ୟମ କରିଥିଲେ । ଏବେ ଏହା ଆନ୍ଧ୍ରପ୍ରଦେଶକୁ ଚାଲିଯାଉଛି । ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟ । ନିପନ ଓଡ଼ିଶାରେ ୧.୪ ଲକ୍ଷ କୋଟି ନିବେଶ କରିଥାନ୍ତେ । ଏହା ଦ୍ୱାରା ଓଡ଼ିଶା ଶିଳ୍ପ ସମୃଦ୍ଧ ହୋଇଥାଆନ୍ତା । ତେବେ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ନିବେଶକମାନେ ଆଉ ଏହି ସରକାର ଉପରେ ଭରସା କରିପାରୁନାହାନ୍ତି ବୋଲି ପ୍ରତାପ ଜେନା କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ ଆର୍ସେଲର ମିତ୍ତଲ-ନିପନ ଓହରିନି । ଏନେଇ ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ ପ୍ରକଳ୍ପରୁ କମ୍ପାନୀ ଓହରିନଥିବା ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଷ୍ଟିଲ ପ୍ଲାଣ୍ଟ ଏବେ ବିଭିନ୍ନ ସରକାୀ ଅନୁମୋଦନ ପ୍ରକ୍ରିୟାରେ ରହିଛି । ଏହାଛଡ଼ା କମ୍ପାନୀ ପାରାଦୀପରେ ୭ ନିୟୁତ ଟନ କ୍ଷମତାର ପ୍ଲାଣ୍ଟ କରୁଛି । ଏହି ପ୍ରକଳ୍ପର କାମ ଚାଲୁ ରହିଛି ବୋଲି ଆର୍ସେଲର ମିତ୍ତଲ-ନିପନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ