Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାଟ୍ଟଶାଣୀଙ୍କ ଟାର୍ଗେଟରେ ପାଣ୍ଡିଆନ, ବିଷ ଓଗାରିଲେ

    Share on :
    ajab-Image
    Date: Oct 18, 2024    Views: 3229

    ଭୁବନେଶ୍ୱର:ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ପୁଣିଏକ ସାଂଘାତିକ ଅଭିଯୋଗ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ଜାତୀୟସ୍ତରରେ ସମ୍ମାନ ମିଳୁ ବୋଲି ପାଣ୍ଡିଆନ ଚାହୁଁନଥିଲେ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜୁବାବୁଙ୍କୁ ‘ଭାରତରତ୍ନ’  ମିଳିବା ଦାବିକୁ ମଧ୍ୟ ପାଣ୍ଡିଆନ ବିରୋଧ କରୁଥିଲେ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି ।
    ଏକ ସାକ୍ଷାତକାର ଦେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ, ବିଜୁବାବୁଙ୍କୁ ‘ଭାରତ ରତ୍ନ’ ମିଳୁ ବୋଲି ସେ ସଂସଦରେ ଦାବି ଉପସ୍ଥାପନ କରିଥିଲେ । ଯାହାକୁ ପାଣ୍ଡିଆନ ବିରୋଧ କରିଥିଲେ । ଆଉ ଫୋନ୍ କରି କାହିଁକି ଏଭଳି ଦାବି କରୁଛ ବୋଲି ପ୍ରଶ୍ନ କରିଥିଲେ । ଭବିଷ୍ୟତରେ ଏଭଳି ଦାବି ନକରିବାକୁ ମଧ୍ୟ ପାଣ୍ଡିଆନ ତାଗିଦ୍ କରିଥିଲେ । କେବଳ ସେତିକି ନୁହେଁ ବିଜୁବାବୁଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ଦାବି କରିଥିଲି । ତାହା ମଧ୍ୟ ପାଣ୍ଡିଆନଙ୍କୁ ପସନ୍ଦ ହୋଇନଥିଲା । କାହିଁକି ଏସବୁ କଥା କହୁଛନ୍ତି ବୋଲି ପଚାରିବା ସହ ମୋତେ ଚୁପ୍ ରହିବାକୁ ବାଧ୍ୟ କରାଯାଇଥିଲା ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି । ଆଉ ‘ଭଗବାନ’ଙ୍କ ନାଁ ନେଇ ଏସବୁ ସତ ବୋଲି  ମଧ୍ୟ କହିଥିଲେ । ଏହାସହିତ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ଗର୍ବ ପାଇଁ ବିଜେଡିକୁ ଏଭଳି ଫଳ ଭୋଗିବାକୁ ପଡ଼ିଲା ବୋଲି ପାଟ୍ଟଶାଣୀ କହିଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook