Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି ମୋଦି ସରକାର:ପ୍ରସନ୍ନ

    Share on :
    ajab-Image
    Date: Jul 24, 2024    Views: 3299

    ଭୁବନେଶ୍ବର: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ରେ ବିହାର ଓ ଆନ୍ଧ୍ର ପ୍ରଦେଶ ବିଶେଷ ଅନୁଦାନ ଅଜାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁଠି କି ଓଡ଼ିଶା ଚରମ ଅବହେଳାର ଶିକାର ହୋଇଛି । ଯାହାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, "କେନ୍ଦ୍ର ସରକାର ନିଜ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ନିଜ ସରକାର ବଞ୍ଚାଇବା ପାଇଁ ଓଡ଼ିଶାକୁ ଅବହେଳା କରିଛନ୍ତି । ଯେହେତୁ ଅନ୍ୟ ରାଜନୈତିକ ଦଳର କାନ୍ଧରେ ଭରା ଦେଇ ବିଜେପି ସରକାର ତିଷ୍ଠିଛି, ସେମାନଙ୍କ ସ୍ବାର୍ଥ ପାଇଁ ଓଡ଼ିଶାକୁ ଅବହେଳା କରାଯାଇଛି । ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି, ପକ୍ଷପାତିତା କରୁଛନ୍ତି ।" ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, "ପୂର୍ବରୁ ଅନେକ ପ୍ୟାକେଜ ଘୋଷଣା ହୋଇଛି । କିନ୍ତୁ ପରବର୍ତ୍ତୀ ପର୍ୟ୍ୟାୟରେ ଫଳପ୍ରଦ ହୋଇନି । ପ୍ୟାକେଜରେ କଣ ରହୁଛି, ତାକୁ ଅପେକ୍ଷା । ଘୋଷଣା ଶେଷ ନୁହେଁ, କେନ୍ଦ୍ର ବଜେଟର ଚୂଡାନ୍ତ ରୂପରେଖ ପ୍ରକାଶ ପାଉ । ପୂର୍ବରୁ ଯାହା ଘୋଷଣା କରିଛନ୍ତି, କିଛି କାର୍ୟ୍ୟ ହୋଇନାହିଁ ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook