Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାରୀ ଜମି ଜବରଦଖଲ: ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ

    Share on :
    ajab-Image
    Date: Dec 21, 2025    Views: 2577

    କାଏମା: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ୧୯ା୧୨ା୨୦୨୫ରେ ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ ଦିଆଯାଇଛି। ସେ ତହସିଲ ଅଫିସରେ ହାଜର ହୋଇ କାହିଁକି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ନିଜ ପକ୍ଷ ରଖିବେ। ତହସିଲଦାର ସମୀର ରଞ୍ଜନ ଦାସ କେସ ନମ୍ୱର ୨୨୯/୨୦୨୫-୨୬ରେ ଏହି ନୋଟିସ ଦେଇଛନ୍ତି।
    ଏହି ଫାର୍ମ ହାଉସ ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ ମୋଟ ୩୧.୬୦ ଏକର ପର୍ୱତ କିସମରେ ରହିଛି। କିନ୍ତୁ ସରକାରୀ ଜମିକୁ ଜବରଦଖଲ କରାଯାଇ ସେଠାରେ ପାଚେରି ନିର୍ମାଣ କରାଯାଇଛି। ଏହି ବିଷୟ କିଛି ଦିନ ହେବ ସାମ୍ନାକୁ ଆସିବା ପରେ ପ୍ରଣବଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ନିକଟରେ ପ୍ରଣବଙ୍କ ସମର୍ଥକ ଓ ବିଜେଡି କର୍ମୀମାନେ ଉପରୋକ୍ତ ଫାର୍ମ ହାଉସରେ ଭୋଜି ଆୟୋଜନ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ତଥା ଭାଜପା କର୍ମୀ ନରସିଂହପୁର ଗ୍ରାମର ସୁନୀଲ ପଣ୍ଡା ଚଢ଼େଇଧରାରୁ ଗାଡ଼ିରେ ଘରକୁ ଫେରୁଥିଲେ। ପ୍ରଣବଙ୍କ କେତେଜଣ କର୍ମୀ ତାଙ୍କୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଘଟଣା ପରେ ସେଠାରେ ତୁମୁଳକାଣ୍ଡ ହୋଇଥିଲା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook