ମୁଖ୍ୟ ଖବର
ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ଆସୁନଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆକ୍ଷେପକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।ନିଜେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି, ଅନୁପସ୍ଥିତ ରହୁଛନ୍ତି ,ପ୍ରଶ୍ନ ଉତ୍ତରରେ ଭାଗ ନେଉନାହାନ୍ତି ,ତାଙ୍କ ପାଇଁ ଅନ୍ୟ ମନ୍ତ୍ରୀ ଉତ୍ତର ରଖୁଛନ୍ତି ବୋଲି ପ୍ରମିଳା କହିଛନ୍ତି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁବେଳେ ଗୃହକୁ ଆସୁଥିଲେ ,ପ୍ରଶ୍ନ ଉତ୍ତରରେ ଭାଗ ନେଉଥିଲେ ,ବିରୋଧୀ ଦଳଙ୍କ କଥା ଶୁଣୁଥିଲେ ।ମୋହନ ମାଝିଙ୍କ ଠାରୁ ନବୀନ ବାବୁ ଅନେକ ଭଲ ଥିଲେ । ନବୀନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସନ୍ତୁ ଆଗ ,ବିରୋଧୀଙ୍କ କଥା ଶୁଣନ୍ତୁ ବୋଲି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ।
Comments ସମସ୍ତ ମତାମତ