Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା

    Share on :
    ajab-Image
    Date: Dec 3, 2025    Views: 2711

    ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କଲେ ନବରଙ୍ଗପୁରଜିଲ୍ଲା ମଙ୍ଗଳ ଅଧିକାରୀ । ଘଟଣା ଅନୁସାରେ ଗତ ୨୦ନଭେମ୍ବରରେ ପ୍ରେସର କୁକୁର ଫାଟି କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ଭତ୍ରା ଆହତ ଘଟଣାରେ ୨୮ତାରିଖ ରାତିରେ ସ୍କୁଲ ପାଚେରୀ ଡେଇଁ ଆହତ  ଛାତ୍ରକୁ ରାତି ଅଧରେ ହୋଷ୍ଟେଲ ପରିସରରୁ ଆଣି ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ହସ୍ତାନ୍ତରବେଳେ ବାକ ସଂଯମତା ହରାଇ ଜିଲ୍ଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାକୁ ଫାୟରିଂ କରିଦେବି  ଧମକ  ଘଟଣାକୁ ନେଇ  ତିନି ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ଆଜି ଏ ନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା । 
    ସରକାରୀ କାର୍ୟ୍ୟରେ ଥିବାବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ତୁମକୁ ଫାୟରିଂ କରିଦେବି ତୁମେ ସଚ୍ଚୋଟ ଅଫିସର ଦେଖାଉଛ ବୋଲି ଧମକ ଦେବାରୁ ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଥିବା ତଥା ମାନସିକ ସ୍ତରରେ ନିର୍ୟାତିତ ହେଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି । ଏଥିସହ ବିଭିନ୍ନ ସମୟରେ ପ୍ରଦୀପ ମାଝୀ ତାଙ୍କ ବିରୋଧରେ ମିଥ୍ୟା ଦୁର୍ନୀତିର ଅଭିଯୋଗ ଆଣି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରୁଥିବା, ସରକାରୀ କର୍ମଚାରୀଙ୍କ କାର୍ୟ୍ୟରେ ବାଧା ସୃଷ୍ଟି କରିବା ଏବଂ ହତ୍ୟାଧମକ ଦେବା ନେଇ ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
    ଉକ୍ତ ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିବାବେଳେ ଶାସକ ବିରୋଧୀ ମୁଁହାମୁହିଁ ହୋଇଥିଲେ । ଅପରପକ୍ଷରେ ଆଜି ଏ ନେଇ  ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ମଧ୍ୟ ପ୍ରଦୀପ ମାଝୀଙ୍କ ସରକାରି ଅଧିକାରୀଙ୍କୁ  ଧମକ ଦେବା ଘଟଣା ନିନ୍ଦା କରିବାର ମାତ୍ର ଅଳ୍ପ କିଛି ଘଣ୍ଟା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଥିଲା । କେଶ ନମ୍ବର ୪୭୮/୨୫ସରକାରୀ କର୍ମଚାରୀଙ୍କୁ ସରକାରୀ କାର୍ୟ୍ୟରେ ବାଧା ଦେବା ଓ ଜୀବନରେ ମାରିବାକୁ ଧମକ ଦେବା ଘଟଣାରେ ଏତଲା କ୍ଷ  

    Maximum 500 characters

    ରାଜନୀତି View all

    Find Us on Facebook