Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୟୁପିରୁ ଆଳୁ ଆଣିବାକୁ ଯୋଜନା: ମନ୍ତ୍ରୀ

    Share on :
    ajab-Image
    Date: Jul 26, 2024    Views: 3639

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁ କିଲୋ ପିଛା ଦର ୬୦ ଛୁଇଁଛି। ତେବେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ୱରସ୍ଥ ଆଇଗିଣିଆ ଗୋଦାମରେ ସମୀକ୍ଷା କରିଛନ୍ତି । ଏଥିସହ ଆଳୁ ଦର ବୃଦ୍ଧି ପଛରେ ଅସାଧୁ ବ୍ୟବସାୟୀଙ୍କ ହାତ ରହିଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଳୁ ପର୍ଯ୍ୟପ୍ତ ପରିମାଣରେ ଅଛି । ଆହୁରି ୭/୮ ଦିନ ଚାଲିବ । କଳାବଚାରୀ କଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଶ୍ଚିମବଙ୍ଗରୁ ଆଳୁ ଆସିନପାରିଲେ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବ । ପୂର୍ବ ସରକାରଙ୍କ ଯୋଗୁ ମଧ୍ୟ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଆଳୁ ଓ ପିଆଜ ଉପôାଦନ ସହ ଶୀତଳଭଣ୍ଡାର  ହୋଇନଥିବାରୁ ଏଭଳି ସ୍ଥିତି ହୋଇଥିବା ସେ କହିଛନ୍ତି । 

    ପ୍ରକାଶ ଯେ  ପଶ୍ଚିମ-ଓଡ଼ିଶା ସୀମାରେ ବହୁ ଆଳୁ ଟ୍ରକ ଅଟକି ରହିଛି । ସମ୍ପୃକ୍ତ ଆଳୁ ଟ୍ରକଗୁଡ଼ିକ ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୁଲିସ ଅଟକାଇଥିବା ଜଣାଯାଇଛି । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନାହିଁ । ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଟ୍ରକ ଅଟକି ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook